fbpx

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ(ଓଡ଼ିଶା ଭାସ୍କର): ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ପତୀ-ପତ୍ନୀ ହାଜର ହୋଇଛନ୍ତି । ଆସନ୍ତା ୧୪ରେ ପୁଣି ମଧ୍ୟସ୍ଥତା କେନ୍ଦ୍ରକୁ ଆସିବାକୁ ଦିନ ଧାର୍ଯ୍ୟ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଉଭୟ ପରସ୍ପରଙ୍କ ବିରୋଧରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଥିଲେ । ୨ ତାରିଖରେ ଅନୁଭବ ବର୍ଷାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, ନନ୍ଦିସାହି ଘରେ ରହୁଥିବା ବର୍ଷାଙ୍କ ନିକଟରୁ ବିଭିନ୍ନ ଲୋକ ଆସୁଛନ୍ତି । ଘରେ ମୂଲ୍ୟବାନ୍ ଜିନିଷ ଥିବାରୁ ଚୋରି ହେବାର ସମ୍ଭାବନା ରହିଛି । ମୋର ରାଜନୈତିକ କ୍ୟାରିୟର ନଷ୍ଟ କରିବାକୁ ଷଡ଼ଯନ୍ତ୍ର କରିପାରିନ୍ତି ବୋଲି ଅନୁଭବ ଏତଲାରେ ଦର୍ଶାଇଥିଲେ ।

ସେହିପରି ଜୁଲାଇ ୭ରେ ବର୍ଷା ଅନୁଭବଙ୍କ ନାଁରେ ଅଭିଯୋଗ କରିଥିଲେ । ବର୍ଷାଙ୍କ ଅଭିଯୋଗ ମୁତାବକ, ‘ଅନୁଭବ ଘରେ ସିସି କ୍ୟାମେରା ଲଗାଇଛନ୍ତି । ଏଥିରେ ଭିଡ଼ିଓ ରେକର୍ଡିଂ କରି ସେ କିଛି ବି ଷଡ଼ଯନ୍ତ୍ର କରିପାରନ୍ତି ।’ ଦୁହିଁଙ୍କ ଅଭିଯୋଗକୁ ଭିତ୍ତି କରି ପୁରୀଘାଟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.