fbpx

ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ: ଅନୁଭବଙ୍କ ନାଁରେ ଦାଏର କଲେ ଅଦାଲତ ଅବମାନନା ମାମଲା

ଅନୁଭବ-ବର୍ଷା ପାରିବାରିକ ବିବାଦ ଏବେ କୋର୍ଟରେ ବିଚାରଧୀନ ରହିଛି । ଏହାରି ମଧ୍ୟରେ ଅନୁଭବଙ୍କ ବିରୋଧରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଅନୁଭବଙ୍କ ନାଁରେ ଅଦାଲତା ଅବମାନନା ମାମଲା ଦାଏର କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ କୋର୍ଟ ଉଭୟଙ୍କୁ ଦେଇଥିବା ନିର୍ଦ୍ଦେଶକୁ ଅନୁଭବ ଉଲ୍ଲଂଘନ କରିଛନ୍ତି ।

ରବିବାର ହାଇକୋର୍ଟରେ ମାମଲା କରିବା ସହ କହିଛନ୍ତି ଯେ କୋର୍ଟ ସୋସିଆଲ ମିଡିଆରେ ମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଅନୁଭବ କୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା କରିଛନ୍ତି ।

ସୂଚନାଯୋଗ୍ୟ, ଗତ ମେ ୨୭ ରେ ହାଇକୋର୍ଟ  ଉଭୟ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପରସ୍ପର ବିରୋଧରେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିବାକୁ ବାରଣ କରିଛନ୍ତି। କୋର୍ଟ ମଧ୍ୟ ଅନୁଭବଙ୍କୁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୪ ରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ୟ୍ୟ ହୋଇଛି ।

Get real time updates directly on you device, subscribe now.