ବସନ୍ତ ପଞ୍ଚମୀ ପରେ ଏହି ୩ ରାଶିଙ୍କର ବଦଳିଯିବ ଭାଗ୍ୟ, ବୃହସ୍ପତି ଦେବଙ୍କ କୃପାରେ ପୂର୍ଣ୍ଣ ହେବ ମନୋସ୍କାମନା

ବସନ୍ତ ପଞ୍ଚମୀର ଠିକ୍ ଗୋଟିଏ ଦିନ ପରେ ଗୁରୁ ଗ୍ରହ ବୃଷ ରାଶିରେ ପ୍ରବେଶ କରିବେ। ଏଥିରେ କେଉଁ ରାଶିମାନଙ୍କ ଜୀବନରେ ଶୁଭ ପରିବର୍ତ୍ତନ ହେବ, ଆସନ୍ତୁ ଜାଣିବା..

ଓଡ଼ିଶା ଭାସ୍କର: ବସନ୍ତ ପଞ୍ଚମୀ ପରେ ୪ ଫେବୃଆରୀରେ ଗୁରୁ ଗ୍ରହ ବକ୍ରୀରେ ମାର୍ଗୀ ଗତି ଆରମ୍ଭ କରିଦେବେ। ବୃହସ୍ପତି ଗ୍ରହର ମାର୍ଗୀ ୪ ଫେବୃଆରୀ ଦ୍ୱିପ୍ରହର ୩ଟା ୯ ମିନିଟରେ ହେବ। ଗୁରୁଙ୍କୁ ଜ୍ୟେତିଷରେ ଧନ, ବୈଭବ, ଭାଗ୍ୟ ଏବଂ ସଂପନ୍ନତାର କାରକ ଗ୍ରହ କୁହାଯାଇଥାଏ। ଏଥିରେ ଗୁରୁଙ୍କ ସିଧା ଚଳନରେ ଅନେକ ଶୁଭଫଳ ମିଳିଥାଏ। ଗୁରୁଙ୍କ ମାର୍ଗୀ ଗତିରେ ସମସ୍ତ ରାଶିଙ୍କୁ ଶୁଭ ଫଳ ମିଳିବ। ତେବେ ଆସନ୍ତୁ ପଢିବା ଆଜିର ରାଶିଫଳ।

ମେଷ: ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ଅଫିସର ଲୋକ ଆପଣଙ୍କ କାମର ଖୁବ୍ ପ୍ରଶଂସା କରିବେ। ଲୋକେ ଆପଣଙ୍କ ଦ୍ବାରା ଯଥେଷ୍ଟ ପ୍ରଭାବିତ ହେବେ।

ବୃଷ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ସମାଜରେ ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। ଘରର ମୁରବିଙ୍କ ସାହାଯ୍ୟରେ ଆର୍ଥିକ ସ୍ଥିତି ସୁଧୁରିବ।

ମିଥୁନ: ପାରିବାରିକ ସୁଖ ବୃଦ୍ଧି ହେବ। କୌଣସି ବି କାମ ମନ ଲଗାଇ କରନ୍ତୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଶିକ୍ଷକ ନିଜର ଛାତ୍ରଙ୍କୁ କିଛି ନୂଆ ଶିଖାଇବେ।

କର୍କଟ: କ୍ୟାରିୟରରେ ଉନ୍ନତି ଯୋଗ ରହିଛି। ଉପରିସ୍ଥ କର୍ମଚାରୀଙ୍କ ସହିତ ସମ୍ବନ୍ଧ ଭଲ ହେବ। କୌଣସି ବନ୍ଧୁଙ୍କୁ ସାହାଯ୍ୟ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ସିଂହ: ନୂଆ ବିଚାର ଉପରେ ଭାବିବା ପାଇଁ ଦିନଟି ଭଲ। ଜୀବନସାଥୀଙ୍କ ସହଯୋଗ ଆପଣଙ୍କୁ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସଫଳତା ପାଇବେ।

କନ୍ୟା: ବେପାର ବଢ଼ାଇବା ପାଇଁ ଜୀବନସାଥୀଙ୍କ ସହଯୋଗ ପାଇବେ। ଅଧ୍ୟାପକଙ୍କ ଲାଗି ଦିନଟି ଶୁଭ। ନୂଆ ପ୍ରୋଜେକ୍ଟ ସଂପୂର୍ଣ୍ଣ କରିବାରେ ସହକର୍ମୀଙ୍କ ସହଯୋଗ ପାଇବେ।

ତୁଳା: ବୟୋଜ୍ୟେଷ୍ଠଙ୍କ ମତ ନେଇ ନୂଆ ବେପାର କରନ୍ତୁ ଭବିଷ୍ୟତରେ ଲାଭ ପାଇବେ। ସମ୍ବନ୍ଧରେ ମଧୁରତା ଆସିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ।

ବିଛା: କୌଣସି ବିଶେଷ କାମରେ ବନ୍ଧୁର ସହଯୋଗ ପାଇବେ। ଚାକିରିରେ ପଦୋନ୍ନତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ: ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ସନ୍ତାନ ଆପଣଙ୍କ କଥାରେ ପ୍ରଭାବିତ ହୋଇପାରନ୍ତି। ଘରୋଇ କାମରେ ମହିଳାମାନଙ୍କର ଦାୟିତ୍ବ ବଢ଼ିବ।

ମକର: ଅନୁଭବୀ ବ୍ୟକ୍ତିଙ୍କ ମତ ନେଇ କାମ ଆରମ୍ଭ କରନ୍ତୁ, ସୁଫଳ ପାଇବେ। ଜୀବନସାଥୀଙ୍କ ସହିତ ମନାନ୍ତର ହୋଇପାରେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

କୁମ୍ଭ: ଆପଣ ଭାଗ୍ୟର ପୂରା ସହଯୋଗ ପାଇବେ। କୌଣସି ପୁରୁଣା ବନ୍ଧୁଙ୍କୁ ମନେ ପକାଇପାରନ୍ତି। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ।

ମୀନ: କୌଣସି କାମ ତରବରିଆ ଭାବେ ନକରି ଧୈର୍ଯ୍ୟର ସହ କରନ୍ତୁ। ନିହାତି ଆବଶ୍ୟକତା ନଥିଲେ ଯାତ୍ରା ପରିହାର କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।