fbpx

Viral Video : କୁକୁର ସାମ୍ନାରେ ନାଚିଲେ ବାସନ୍ତୀ !

ନୂଆଦିଲ୍ଲୀ : ‘ବାସନ୍ତୀ ଇନ୍ କୁତୋ କେ ସାମ୍ନେ ମତ୍ ନାଚନା’ ବଲିଉଡ୍ ର କ୍ଲାସିକ୍ ଫିଲ୍ମ ଶୋଲେ ର ପଞ୍ଚ ଲାଇନ୍ ଥିଲା । ଫିଲ୍ମ ର ସିକ୍ୱେସ ଅନୁଯାୟୀ ଧର୍ମେନ୍ଦ୍ର ଓରଫ ବୀରୁ ହେମା ମାଳିନୀ ଓରଫ ବାସନ୍ତୀଙ୍କୁ, ଅମଜଦ୍ ଓରଫ ଗବ୍ୱ୍ର ସିଂହ ଓ ତାର ସାଥୀମାନଙ୍କ ସାମ୍ନାରେ ନାଚିବାକୁ ମନା କରୁଛନ୍ତି । କିନ୍ତୁ ବାସନ୍ତୀ ଡକାୟିତଙ୍କ ସାମ୍ନାରେ ନାଚିବାକୁ ବାଧ୍ୟ ହୋଇଛନ୍ତି ।

ଏକ ଭାଇରାଲ ଭିଡିଓ ସାମ୍ନା କୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ରାସ୍ତାରେ ପଲେ କୁକୁର ସାମ୍ନାରେ ଡାନ୍ସ କରୁଛନ୍ତି । କେତେକ କୁକୁର ଯୁବତୀଙ୍କ ଡାନ୍ସର ମଜା ନେଉଥିବା ବେଳେ ଆଉ କିଛି କୁକୁର ଯୁବତୀଙ୍କ ଡାନ୍ସ ଦେଖି ସେଠାରୁ ପଳାଉଛନ୍ତି ।

 

View this post on Instagram

 

A post shared by Amol Zore (@zore_amol_)

କିନ୍ତୁ ସେହି ଭିଡିଓଟିକୁ ମର୍ଜ କରାଯାଇ ଏକ ଫନି ଭିଡିଓର ରୂପ ଦିଆଯାଇଛି । ଧମେନ୍ଦ୍ରଙ୍କ ଭଏସ୍ ପାରେ ଅକ୍ଷୟ କୁମାରଙ୍କ ଭଏସ ଶୁଣିବାକୁ ମିଳୁଛି । ଅକ୍ଷୟ କୁମାର କହୁଛନ୍ତି ଯେ, ଆମେ କୁକୁରମାନେ ପଇସା ଦେଉଛୁ କେମିତି ନାଚିବାନି…. ତା’ପରେ ଯୁବତୀ ଜଣଙ୍କ କୁକୁରମାନଙ୍କ ସାମ୍ନାରେ ନାଚିବା ଆରମ୍ଭ କରୁଛନ୍ତି । ଏହି ମଜଳିଆ ଭିଡିଓଟି ଖୁବ୍ ଭାଇରାଲ ହୋଇଛି । ଲୋକମାନଙ୍କୁ ହସିବାର ପୁରା ଖୋରାଗ ଯୋଗାଇଛି ।

Get real time updates directly on you device, subscribe now.