fbpx

ରାଜ ବାୱା ଓ ରବି କୁମାର ଘାତକ ବୋଲିଂ: ଭାରତ ଆଗରେ ୧୯୦ ରନର ଟାର୍ଗେଟ

ନୂଆଦିଲ୍ଳୀ: ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ମାତ୍ର ୧୮୯ ରନରେ ସୀମିତ ରଖିଛି ଭାରତ । ଭାରତ ପକ୍ଷରୁ ରାଜ ବାୱା ୫ଟି ଏବଂ ରବି କୁମାର ୪ଟି ୱିକେଟ ନେଇ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଇଂଲଣ୍ଡ ପକ୍ଷରୁ ଜେମସ ରିଉ ଲଢୁଆ ୯୫ ରନର ଇନିଂସ ଖେଳିଥିଲେ । ୪୪.୫ ଓଭରରେ ଇଂଲଣ୍ଡ ୧୮୯ ରନରେ ସମସ୍ତ ୱିକେଟ ହରାଇଛି । ମାତ୍ର ୬୧ ରନରେ ୬ଟି ୱିକେଟ ହରାଇଥିଲେ ହେଁ ରିଉଙ୍କ ଲଢୁଆ ଇନିଂସ ବଳରେ ଦଳ ଏକ ସମ୍ମାନ ଜନକ ସ୍କୋର ହାସଲ କରିଥିଲା ।

ଟସ୍ ମଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ତେବେ ଦ୍ୱିତୀୟ ଓଭରରେ ଦଳକୁ ଝଟକା ଦେଇଥିଲେ ରବି କୁମାର । ମାତ୍ର ରାଜ ବାୱା ଚମକ୍ରାର ବୋଲିଂ କରିବା ସହିତ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ବାୱାଙ୍କ ଘାତକ ବୋଲିଂ ଫଳରେ ଇଂଲଣ୍ଡ ୬୧ ରନରେ ୬ଟି ଓ ୯୧ ରନରେ ୭ଟି ୱିକେଟ ହରାଇଥିଲା । ଅଷ୍ଟମ ୱିକେଟରେ ଜେମସ୍ ରିଉ(୯୫) ଓ ଜେମସ୍ ସେଲସ(୩୪)ଙ୍କ ମଧ୍ୟରେ ୯୩ ରନର ପାର୍ଟନରଶିପ୍ ହୋଇଥିଲା । କୌଶଲ ତାମ୍ବେଙ୍କ ଚମକ୍ରାର କ୍ୟାଚରେ ରିଉ ପ୍ୟାଭିଲିୟନ ଫେରିବା ପରେ ଇଂଲଣ୍ଡ ମାତ୍ର ୧୮୯ ରନରେ ଅଲଆଉଟ ହୋଇଥିଲା । ରିଉ ୧୧୬ଟି ବଲ ଖେଳି ୧୨ଟି ଚୌକା ମାରିଥିଲେ । ରାଜ ବାୱା ୩୧ରନରେ ୫ଟି ୱିକେଟ ନେଇଥିବା ବେଳେ ରବି କୁମାର ୩୪ ରନରେ ୪ଟି ୱିକେଟ ନେଇଥିଲେ ।

Get real time updates directly on you device, subscribe now.