fbpx

ବୈତରଣୀ ଉପରମୁଣ୍ଡରେ ପ୍ରବଳ ବର୍ଷା, ଅତିକ୍ରମ କରିବ ବିପଦ ସଙ୍କେତ

ଭଣ୍ଡାରିପୋଖରୀ,(ଭାସ୍କର ନ୍ୟୁଜ) : ବୈତରଣୀ ନଦୀର ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ଅବପାତ ଜନିତ ଭାରି ବର୍ଷା ହେବା ଫଳରେ ନଦୀରେ ବନ୍ୟା ହେବାକୁ ଯାଉଛି । ନଦୀର ପ୍ରମୁଖ ଜଳସ୍ରୋତ ଉତ୍ସଭାବେ ଜଣାଶୁଣା ଚମ୍ପୁଆରେ ୧୦୦.୨ ମି.ମି. ବର୍ଷା ହୋଇଛି । ସେହି ରି ଠାକୁରମୁଣ୍ଡାରେ ୮୭.୦ ମି.ମି. ବର୍ଷା ହୋଇଛି । କେଉଁଝରରେ ୪୪.୪ ମି.ମି., ସ୍ୱାମୀପାଟଣାରେ ୫୬.୬ ମି.ମି., ଆନନ୍ଦପୁରରେ ୨୨.୦ ମି.ମି. ଓ ଆଖୁଆପଦାରେ ୨୪.୬ ମି.ମି. ବର୍ଷା ରେକର୍ଡ କରାଯାଇଛି ।

ଏଭଳି ବର୍ଷା ପରିମାଣ ପ୍ରଭାବରେ ନଦୀର ଜଳସ୍ତର ଗତ ପ୍ରଥମ ବନ୍ୟାର ଆଖୁଆପଦା ଠାରେ ରେକର୍ଡ ହୋଇଥିବା ସର୍ବାଧିକ ଜଳସ୍ତର ୧୮.୭୫ ମିଟରକୁ ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି । ଶନିବାର ସନ୍ଧ୍ୟା ୬ ଟା ସୁଦ୍ଧା ଆଖୁଆପଦାରେ ନଦୀର ଜଳସ୍ତର ୧୬.୮୫ମିଟରରେ ପ୍ରବାହିତ ହେଉଛି । ଜଳପତ୍ତନ ୨ ମି.ମି. ମାତ୍ରାରେ ବୃଦ୍ଧିାଉଛି । ମଧ୍ୟରାତ୍ର ସୁଦ୍ଧା ନଦୀର ଜଳପତ୍ତନ ବି ଦସଙ୍କେତ ସ୍ତର ୧୭.୮୩ ମିଟରକୁ ଅତିକ୍ରମ କରିବା ସମ୍ଭାବନା ରହିଛି । ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦.୦ ମି.ମି. ବର୍ଷା ହୋଇଛି । ଗତ ୩ ଦିନ ପୂର୍ବେ ବନ୍ୟାଜଳ ପ୍ଳାବିତ ଅଞ୍ଚଳରେ ପୁନର୍ବାର ବନ୍ୟା ଆସିବାକୁ ଥିବାରୁ ଚାଷୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

Get real time updates directly on you device, subscribe now.