fbpx
BSKY SKY
BSKY SKY

ବନ୍ୟା ଧୋଇ ନେଲା ୨୨ ଜୀବନ, ଆହୁରୀ ୫ ନିଖୋଜ

BSKY

ହିମାଚଳପ୍ରଦେଶ: ବର୍ତ୍ତମାନ ସବୁଠାରେ ବନ୍ୟା ର ବିଭିତ୍ସିକା ଦେଖିବାକୁ ମିଳିଛି । ହିମାଚଳରେ ଗତକାଲି ଆସିଥିବା ଅଚାନକ ବନ୍ୟାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ଜଣ ଲୋକଙ୍କର ଜୀବନ ଯାଇଛି । ବାତ୍ୟା ସହିତ ଭୂସ୍କଳନ ମଧ୍ୟ ଘଟିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହା ଭିତତରେ ୫ ଜଣ ନିଖୋଜ ଅଛନ୍ତି ।

ନିଖୋଜ ହୋଇଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଲଗାଣ ବର୍ଷା ଯୋଗୁଁ ହିମାଚଳରେ ଏକାଧିକ ବ୍ରିଜ୍ ଧୋଇଯାଇଛି । କାଙ୍ଗା ଜିଲ୍ଲାର ଚକ୍ସି ନଦୀ ଉପରେ ଯାଇଥିବା ଏକ ରେଳ ପୋଲ ଆଜି ସକାଳେ ଭୁଶୁଡ଼ି ପଡ଼ିଛି । ଏହାଦ୍ବାରା ପଠାନକୋଟ – ଯୋଗୀନ୍ଦ୍ରନଗର ରେଳ ପଥରେ ଚଳାଚଳ ବନ୍ଦ ରହିଛି ।

ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିଥିବାରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଜରୁରୀ ବୈଠକରେ ମୁକାବିଲା ନେଇ ଆଲୋଚନା କରିଛନ୍ତି । ପ୍ରଭାବିତ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ö ରାଜ୍ୟର ୩ଟି ଜିଲ୍ଲା ତଥା ମଣ୍ଡି , କାଙ୍ଗ୍ରା ଏବଂ ଚାମ୍ବା ଜିଲ୍ଲା ସର୍ବାଧିକ ପ୍ରଭାବିତ । ମଣ୍ଡି ଜିଲ୍ଲାର କଶନ ଗ୍ରାମରେ ଏକ ଘରଭୁଶୁଡ଼ି ପଡ଼ିବା ଫଳରେ ଘରେ ଥିବା ୮ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । ଏନଡିଆରଏଫ୍ , ଏସଡିଆରଏଫ୍ ଏବଂ ପୁଲିସ ସହାୟତାରେ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଅନ୍ୟ ଏକ ଘଟଣାରେ ମଣ୍ଡି ଜିଲ୍ଲାର ବାଘି ନାଲ୍ଲା ନିକଟରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟା ଆସି ୧୪ ଜଣ ଭାଶି ଯାଇଛନ୍ତି । ଜଣେ ଶିଶୁ ସମେତ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
ପ୍ରବଳ ବର୍ଷାଜନିତ କାରଣ ପାଇଁ ହିମାଚଳର ବିଭିନ୍ନ ଜିଲ୍ଲାରେ ଆଜି ସ୍କୁଲ୍ କଲେଜ ବନ୍ଦ ଘୋଷଣା ହୋଇଛି ।

Get real time updates directly on you device, subscribe now.