fbpx

BIG BREAKING…ବାର୍ଷିକ ଚୁକ୍ତି ପାଇଁ ଖେଳାଳିଙ୍କ ନାମ ଘୋଷଣା କଲା ବିସିସିଆଇ; ବାଦ୍ ପଡ଼ିଛନ୍ତି ଏହି ଖେଳାଳି

Advertisement

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବାର୍ଷିକ ଚୁକ୍ତି ପାଇଥିବା ଖେଳାଳିଙ୍କ ତାଲିକା ଜାରି କରିଛି ବିସିସିଆଇ । ଏଥିରେ ବାଦ୍ ପଡ଼ିଛନ୍ତି ଇଶାନ କିଶନ ଓ ଶ୍ରେୟସ ଆୟର । ସେମାନଙ୍କ ନାଁ ନ ଥିବା ଦେଖିବାକୁ ମିଳିଛି। ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଶ୍ରେୟସ ଆୟର ଏବଂ ଇଶାନ କିଶନଙ୍କୁ ବାର୍ଷିକ ଚୁକ୍ତିରୁ ବାଦ୍ ଦିଆଯାଇଛି । ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜାଙ୍କୁ ବିସିସିଆଇ ଗ୍ରେଡ୍ ଏ ପ୍ଲସ୍ ଚୁକ୍ତି ତାଲିକାରେ ସାମିଲ କରାଯାଇଛି ।

ଗ୍ରେଡ୍ ଏ ତାଲିକାରେ ଆର ଅଶ୍ୱିନ, ମହମ୍ମଦ ସାମି, ମହମ୍ମଦ ସିରାଜ, କେଏଲ୍ ରାହୁଲ, ଶୁଭମନ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିଛି।

ସେହିପରି ଗ୍ରେଡ୍ ବି ତାଲିକାରେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ଯଶସ୍ୱୀ ଜୟସ୍ୱାଲ ।

ରିଙ୍କୁ ସିଂହ, ତିଲକ ବର୍ମା, ଋତୁରାଜ ଗାଇକୱାଡ, ଶାର୍ଦ୍ଦୁଲ ଠାକୁର, ଶିବମ ଦୁବେ, ରବି ବିଷ୍ନୋଇ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, କେଏସ୍ ଭରତ, ପ୍ରସିଦ୍ଧ କ୍ରିଷ୍ଣା, ଆବେଶ ଖାନ୍ ଏବଂ ରଜତ ପଟିଦାରଙ୍କୁ ଗ୍ରେଡ୍ ସି ଚୁକ୍ତି ତାଲିକାରେ ସାମିଲ କରାଯାଇଛି।

ବିସିସିଆଇ ଟୁଇଟ୍ କରି କହିଛି ଯେ ଚୟନ କମିଟି ଆକାଶଦୀପ, ବିଜୟ କୁମାର, ଉମରାନ ମଲ୍ଲିକ, ୟଶ ଦୟାଲ ଏବଂ ବିଦ୍ୱତ କେୱରପ୍ପାଙ୍କୁ ଦ୍ରୁତ ବୋଲର ଚୁକ୍ତି ସୁପାରିସ କରିଛି ।

 

 

Get real time updates directly on you device, subscribe now.