କ୍ରିକେଟ ଖେଳାଳିଙ୍କ ସହ ରହିବେନି ସ୍ତ୍ରୀ, BCCIର କଡ଼ା କଟକଣା
ଖେଳାଳୀଙ୍କ ପାଇଁ ବଡ଼ କଟକଣା । ଲଗାତାର ପରାଜୟ ପରେ ଆକ୍ସନ ମୋଡରେ ବିସିସିଆଇ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରୁ ହାରିବା ପରେ ବିସିସିଆଇ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ବର୍ତ୍ତମାନ କ୍ରିକେଟରଙ୍କ ପରିବାର ପାଇଁ କଡ଼ା ନିୟମ ପ୍ରସ୍ତୁତ କରାଯାଇଛି । ଏବେ ଟୁର୍ ବେଳେ କ୍ରିକେଟରମାନେ ନିଜ ସ୍ତ୍ରୀ ଓ ପରିବାରକୁ ସବୁବେଳେ ସାଥିରେ ରଖିପାରିବେ ନାହିଁ ।
ନୂଆ ନିୟମଗୁଡ଼ିକ ଅନୁଯାୟୀ, ଯଦି କୌଣସି ଟୁର୍ଣ୍ଣାମେଣ୍ଟ ୪୫ ବା ଅଧିକ ଦିନର ଅଟେ ତେବେ କ୍ରିକେଟରଙ୍କ ପରିବାର ଖେଳାଳିଙ୍କ ସହ ମାତ୍ର ୧୪ ଦିନ ରହିବାର ଅନୁମତି ମିଳିବ । ଯଦି ଗସ୍ତ ଏଥିରୁ କମ ଦିନର, ତେବେ ଏହା ୭ଦିନ ହୋଇପାରେ ।
ପାଖରେ ରହିପାରିବେନି ସ୍ତ୍ରୀ: ନୂଆ ନିୟମ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ସମୟରେ ସ୍ତ୍ରୀମାନେ ଖେଳାଳିଙ୍କ ସହ ରହିପାରିବେନି । ପରିବାର ମାତ୍ର ୨ ସପ୍ତାହ ପର୍ଯ୍ୟନ୍ତ ଖେଳାଳିଙ୍କ ସାଙ୍ଗରେ ରହିପାରିବ । ସମସ୍ତ ଖେଳାଳି ମାନଙ୍କୁ ବସ୍ରେ ଯାତ୍ରା କରିବାକୁ ପଡିବ ।
ଲଗେଜ ଉପରେ କଟକଣା: ଯଦି ଖେଳାଳିଙ୍କ ଜିନିଷର ଓଜନ ୧୫୦ କିଲୋ ଠାରୁ ଅଧିକ ରହିବ ତେବେ ବିସିସିଆଇ ଖେଳାଳିମାନଙ୍କର ଅତିରିକ୍ତ ଜିନିଷ ଶୁଳ୍କର ପେମେଣ୍ଟ କରିବ ନାହିଁ ।
ସେହିପରି ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ମ୍ୟାନେଜରଙ୍କୁ ମଧ୍ୟ ଟିମ ବସରେ ବସିବାକୁ ଅନୁମତି ମିଳିବ ନାହିଁ । ତାଙ୍କୁ ସେଠାରେ ଅନ୍ୟ କୌଣସି ହୋଟେଲରେ ରହିବାକୁ ପଡିବ ।
ବିସିସିଆଇ ଅଷ୍ଟ୍ରେଲିଆ ସିରିଜ ପରେ ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ସହ ସମୀକ୍ଷା ବୈଠକରେ ଥିଲେ । ଏହି ସମୟରେ ବିସିସିଆଇ ଟିମ କମ୍ବିନେସନ ମାମଲାରେ କୌଣସି ହଠାତ ନିଷ୍ପତ୍ତି ନେବାଠାରୁ ବର୍ତ୍ତିବା ପାଇଁ ନିଷ୍ପତ୍ତି ନେଇଛି ।
ଏପରି କୁହାଯାଉଛି ଯେ, ଚାମ୍ପିୟନ ଟ୍ରଫି ଭଳି ୱାନଡେ ଟୁର୍ଣ୍ଣାମେଣ୍ଟକୁ ଆଗାମୀ ଛଅ ସପ୍ତାହରେ ଆୟୋଜନ କରାଯିବ । ଏଭଳି ପରିସ୍ଥିତିରେ ଯଦି ହଠାତ ନିଷ୍ପତ୍ତି ନିଆଯାଉଛି ତେବେ ଟିମ ସହ ସହଯୋଗୀ ଷ୍ଟାଫଙ୍କ ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପଡିପାରେ ।