fbpx
BSKY SKY
BSKY SKY

Team Indiaର ନୂଆ ଅଧିନାୟକ ବାଛିଲା BCCI: ଅଷ୍ଟ୍ରେଲିଆ ସିରିଜରେ ରୋହିତ ନେବେନି ଦାୟିତ୍ୱ

BSKY

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିର ଟେଷ୍ଟ ସିରିଜ ପରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆୟୋଜିତ ହେବ ଦିନିକିଆ ସିରିଜ । ଏହି ସିରିଜ ପୂର୍ବରୁ ଭାରତ ନିଜ ଦଳ ଗୋଷଣା କରିଥିବା ବେଳେ ବର୍ତ୍ତମାନ ବିସିସିଆଇ ଗୋଷଣା କରିଛି ନୂଆ ଅଦିନାୟକ । ଅର୍ଥାତ୍ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଏହି ସିରିଜରେ ନେତୃତ୍ୱ ନେବେ ନାହିଁ । ରୋହିତଙ୍କ ସ୍ଥାନରେ ଭାରତର ଆଉ ଜଣେ ଷ୍ଟାର ଖେଳାଳିଙ୍କୁ ଦଳର ଅଧିନାୟକ ପଦ ହସ୍ତାନ୍ତର କରିଛି ବିସିସିଆଇ । ପ୍ରଥମ ଥର ପାଇଁ ଦଳରେ ନେତୃତ୍ୱ ଗ୍ରହଣ କରିବେ ଏହି ଖେଳାଳି ।

ସୂଚନା ଅନୁସାରେ, ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ରୋହିତଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେବେ । ଏ ନେଇ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ସ୍ପଷ୍ଟ ହୋଇଛି । ଏହି ସିରିଜରେ ରୋହିତ ବ୍ୟକ୍ତିଗତ କାରଣ ଯୋଗୁଁ ବିଶ୍ରାମ ନେଉଛନ୍ତି । ତେଣୁ ତାଙ୍କ ଅନୁପସ୍ଥିତିରେ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଦିନାୟକ ପଦ ପ୍ରଦାନ କରିଛି ବିସିସିଆଇ । ତେବେ ଟି-୨୦ ଫର୍ମାଟରେ ଦଳର ନେତୃତ୍ୱ ନେଇ ସଫଳତା ହାସଲ କରିଥିବା ହାର୍ଦ୍ଦିକ ପ୍ରଥମ ଥର ପାଇଁ ଦିନିକିଆରେ ଟିମ ଇଣ୍ଡିଆର ନେତୃତ୍ୱ ନେବେ । ତେବେ ଟି-୨୦ ବିଶ୍ୱକପ-୨୦୨୨ ପରଠାରୁ ଲଗାତାର ଭାବରେ ହାର୍ଦ୍ଦିକ ଭାରତର ଟି-୨୦ ଟିମକୁ ନେତୃତ୍ୱ କରି ଆସୁଛନ୍ତି । ବର୍ତ୍ତମାନ ଦିନିକିଆରେ ମଧ୍ୟ ସେ ନିଜର ପାରଦର୍ଶିତା ଦେଖାଇବେ ।

ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ସୁଦ୍ଧା ମୋଟ ୧୧ଟି ଟି-୨୦ରେ ଦଳର ନେତୃତ୍ୱ ନେଇଥିବା ବେଳେ ୮ଟି ମ୍ୟାଚରେ ବିଜୟ ହୋଇଛି ମେନ୍ ଇନ୍ ବ୍ଲୁ । ତେବେ ଏମ.ଏସ ଧୋନୀଙ୍କ ପରେ ବାରମ୍ବାର ଅଧିନାୟକ ପଦକୁ ନେଇ ଚାଲିଥିବା ଆଲୋଚନା ଏବଂ ସମାଲୋଚନା ହାର୍ଦ୍ଦିକଙ୍କ ପାଖରେ ଅନ୍ତ ହେବ ବୋଲି ଆଶା କରାଯାଉଛି । ସେପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏହି ପରୀକ୍ଷା ଅର୍ଥାତ୍ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଆସନ୍ତା ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

Get real time updates directly on you device, subscribe now.