fbpx
BSKY
BJD YOUTH SKY
BJD MS SKY

IPL-2024 ପୂର୍ବରୁ ୨ ଷ୍ଟାର ଖେଳାଳିଙ୍କୁ ଉପହାର ଦେଲା BCCI: ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ମିଳିଲା ଏଣ୍ଟ୍ରି

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ ମହାସମର । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ତେବେ ଏହାପୂର୍ବରୁ ଟିମ ଇଣ୍ଡିଆର ଦୁଇ ଷ୍ଟାର କ୍ରିକେଟରଙ୍କୁ ‘ମୂଲ୍ୟବାନ’ ଉପହାର ଦେଇଛି ଭାରତୀୟ କ୍ରିକେଟ ବୋର୍ଡ । ଇଂଲଣ୍ଡ ବିପକ୍ଷ ସିରିଜରେ ଡେବ୍ୟୁ କରିଥିବା ଷ୍ଟାର ବ୍ୟାଟର ସରଫରାଜ ଖାନ ଏବଂ ୱିକେଟ କିପର ଧ୍ରୁବ ଜୁରେଲଙ୍କୁ ବିସିସିଆଇ ଏହି ଉପହାର ଭେଟି ଦେଇଛି । ଉଭୟ ଖେଳାଳିଙ୍କୁ ବିସିସିଆଇ ନିଜ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରିଛି ।

ସୋମବାର ବିସିସିଆଇ ବିସିସିଆଇର ଆପେକ୍ସ କାଉନ୍ସିଲ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସରଫରାଜ ଖାନ୍ ଏବଂ ଧ୍ରୁବ ଜୁରେଲଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରିଛି ବିସିସିଆଇ । ଉଭୟ ଖେଳାଳିଙ୍କୁ ବୋର୍ଡ ସି ଗ୍ରେଡରେ ସ୍ଥାନ ଦେଇଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ଡେବ୍ୟୁ ପରେ ଉଭୟ କ୍ରିକେଟର ନିଜ ଜଲୱା ଦେଖାଇଛନ୍ତି । ଇଂଲଣ୍ଡ ବିପକ୍ଷରେ ଉଭୟ ଖେଳାଳି ଭାରତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ତେଣୁ ଏବେ ସେଣ୍ଟ୍ରାଲ କଣ୍ଟାକ୍ଟରେ ଉଭୟଙ୍କୁ ସାମିଲ କରିଛି ବିସିସିଆଇ । ଏହାପରେ ଉଭୟ ଖେଳାଳିଙ୍କୁ ୧ କୋଟି ଟଙ୍କାର ଫାଇଦା ମିଳିଛି । ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଅନୁସାରେ, ଏହି ସରଫରାଜ ଏବଂ ଧ୍ରୁବ ଜୁରେଲଙ୍କୁ ବର୍ଷକରେ ୧ କୋଟି ଟଙ୍କା ଦିଆଯିବ ।

ମୁମ୍ବାଇ ପାଇଁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ସରଫରାଜ ଖାନ୍ ଏହି ସିରିଜର ୩ଟି ଟେଷ୍ଟ ମ୍ୟାଚରେ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ଧ୍ରୁବ ଜୁରେଲ ଡେବ୍ୟୁର ପରବର୍ତ୍ତୀ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଏହି ମ୍ୟାଚର ପ୍ରଥମ ଇନିଂସରେ ଭାରତ ସଂଘର୍ଷ କରୁଥିବା ବେଳେ ୯୦ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିବା ସହ ଦ୍ୱିତୀୟ ଇନିଂସରେ ୩୯ ରନ୍ ଭାରତକୁ ବିଜୟୀ କରାଇବାରେ ବେଶ୍ ସହାୟକ ହୋଇଥିଲା । ଏଥିପାଇଁ ରାଞ୍ଚି ଟେଷ୍ଟରେ ତାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ ଭାବେ ବିବେଚିତ କରାଯାଇଥିଲା ।

Get real time updates directly on you device, subscribe now.