ମିଳିଲା ବିସିସିଆଇର ଗ୍ରୀନ୍ ସିଗିନାଲ୍: ଏଣିକି ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ବସି ଦେଖିପାରିବେ ଆଇପିଏଲ୍, ଆସନ୍ତା ସପ୍ତାହରୁ ବିକ୍ରି ହେବ ଟିକେଟ୍
ମୁମ୍ବାଇ: କରୋନା ସଂକ୍ରମଣ ଆତଙ୍କ ନେଇ ଚଳିତ ବର୍ଷର ଆଇପିଏଲ ବିନା ଦର୍ଶକରେ ଆୟୋଜନ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଥିଲା । ମାତ୍ର ଦେଶରେ ଧୀରେଧୀରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଦୈନିକ ସଂକ୍ରମଣ ୧ ହଜାରକୁ ଆସି ଯାଇଛି । ତେଣୁ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ୨୫% ଦର୍ଶକଙ୍କୁ ଷ୍ଟାଡିୟମରେ ବସି ମ୍ୟାଚ ଉପଭୋଗ କରିବା ସୁଯୋଗ ଦେଇଥିଲା ବିସିସିଆଇ ।
ଅନ୍ୟ ପକ୍ଷରେ ମହାରାଷ୍ଟ୍ର ସରକାର କରୋନା କଟକଣା କୋହଳ କରିବା ସହିତ ଏଣିକି ମାସ୍କ ପିନ୍ଧିବା ଉପରେ ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଛି । ଏହା ସହିତ ଆଇପିଏଲର ଦର୍ଶକ ସଂଖ୍ୟା ୫୦%କୁ ବୃଦ୍ଧି କରିବା ପାଇଁ ମହାରାଷ୍ଟ୍ର ସରକାର ବିସିସିଆଇର ଦୃଷ୍ଟି ଆକର୍ଷଣ କରିଥିଲେ । ତେଣୁ ଏହି ପ୍ରସ୍ତାବକୁ ଗ୍ରହଣ କରି ଆସନ୍ତା ସପ୍ତାହରୁ ଦର୍ଶକ ସଂଖ୍ୟା ୫୦%କୁ ବୃଦ୍ଧି କରିବା ସବୁଜ ସଙ୍କେତ ଦେଇଛି ।