fbpx

ବିସିସିଆଇ ପକ୍ଷରୁ ଘରୋଇ କ୍ରିକେଟ ପ୍ରତିଯୋଗିତା କାର୍ଯ୍ୟସୂଚୀ ଘୋଷିତ ଜାନୁଆରୀ ୫ରୁ ରଣଜୀ ଟ୍ରଫି ଲିଗ୍ ପର୍ଯ୍ୟାୟ

ନୂଆଦିଲ୍ଲୀ: କରୋନା ଯୋଗୁଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗତ ତିନି ବର୍ଷ ଧରି ପୂର୍ଣ୍ଣାଙ୍ଗ ଘରୋଇ କ୍ରିକେଟ ପ୍ରତିଯୋଗିତା କାର୍ଯ୍ୟସୂଚୀ ଘୋଷଣା କରି ପାରୁ ନ ଥିଲା । ତେବେ ଚଳିତ ବର୍ଷ ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟ ପାଇଁ କାର୍ଯ୍ୟସୂଚୀ ଶନିବାର ବିସିସିଆଇ ଘୋଷଣା କରିଛି । ଆସନ୍ତା ବର୍ଷ ଜାନୁୟାରୀ ୫ ତାରିଖରୁ ରଣଜୀ ଟ୍ରଫି ପ୍ରତିଯୋଗିତାର ଲିଗ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହେବ । ଏହା ୨୦୨୪ ଫେବୃୟାରୀ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ୩୨ ଦଳ ଅଂଶ ଗ୍ରହଣ କରିବେ । ସମସ୍ତ ଦଳକୁ ୪ ଏଲିଟ ଗ୍ରୁପରେ ବିଭକ୍ତ କରା ଯାଇଛି ।

ସେହିପରି ଗୋଟିଏ ପ୍ଲେଟ ଗ୍ରୁପରେ ଅଛନ୍ତି ୬ ଦଳ । ପ୍ରତିଦଳ ପ୍ରତ୍ୟେକଙ୍କ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ଏହା ପରେ ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ ନକଆଉଟ୍‌ ପର୍ଯ୍ୟାୟକୁ ଉନ୍ନିତ ହେବେ । ଏଡି ପର୍ଯ୍ୟାୟ ମୁକାବିଲା ଫେବୃୟାରୀ ୨୩ରୁ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ପଏଣ୍ଟ ହାସଲ ଅନୁଯାୟୀ ପ୍ରତି ଗ୍ରୁପର ୨ ଲେଖାଏଁ ଦଳ କ୍ୱାର୍ଟର ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବେ । ସୂଚନା ଯୋଗ୍ୟ ଯେ ୨୦୨୨-୨୩ ସିଜିନ ରଣଜୀ ଟ୍ରଫି ଫାଇନାଲରେ ବେଙ୍ଗଲକୁ ୯ ୱିକେଟରେ
ହରାଇ ସୌରାଷ୍ଟ୍ର ଟାଇଟଲ ଜିତିଥିଲା ।

ତେବେ ଚଳିତ ବର୍ଷର ଘରୋଇ ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ମାସରୁ ଆରମ୍ଭ ହେବ । ପ୍ରଥମେ ସୟଦ ମୁସ୍ତାକ ଅଲି ଟ୍ରଫି ଅକ୍ଟୋବର ୧୬ରୁ ଜୟପୁର ଠାରେ ଅନୁଷ୍ଠିତ ହେବ । ଏହା ପରେ ବିଜୟ ହଜାରେ ଟ୍ରଫି, ରଣଜୀ ଟ୍ରଫି, ୨୩ ବର୍ଷରୁ କମ ରାଜ୍ୟ ଏ ଟ୍ରଫି, କର୍ଣ୍ଣେଲ ସିକେ ନାୟୁଡୁ ଟ୍ରଫି, ବିନୁ ମଙ୍କଡ ଟ୍ରଫି, କୁଚ ବିହାର ୧୯ ବର୍ଷରୁ କମ, ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ,ସିନିୟର ମହିଳା ଦିନିକିଆ ଟ୍ରଫି ,ସିନିୟର ମହିଳା ଟି୨୦ ଟ୍ରଫି ସହିତ ୨୩ ବର୍ଷରୁ କମ ମହିଳା ଦିନିକିଆ ଓ ଟି୨୦ ଟ୍ରଫି, ୧୯ ବର୍ଷରୁ କମ ମହିଳା ଦିନିକିଆ ଓ ଟି-୨୦ ଓ ୧୫ ବର୍ଷରୁ କମ ମହିଳା ଦିନିକିଆ ଟ୍ରଫି ଅନୁଷ୍ଠିତ ହେବ ।

Get real time updates directly on you device, subscribe now.