fbpx
BSKY
BJD SHG SKY
BJD YOUTH SKY

ବ୍ରାଜିଲରେ ବିମାନ ଦୁର୍ଘଟଣା: କର୍ମଚାରୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶନିବାର ବ୍ରାଜିଲର ଆମାଜନସ୍ ରାଜ୍ୟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜ୍ୟ ରାଜଧାନୀ ମାନସଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବା ବାର୍ସିଲୋସରେ ଏହି ଦୁର୍ଘଟଣା ଘଟିଛି। ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ, ମୃତକଙ୍କ ମଧ୍ୟରେ ଆମେରିକୀୟ ନାଗରିକ ମଧ୍ୟ ଅଛନ୍ତି।

ସୋସିଆଲ ମିଡିଆ ପୋଷ୍ଟରେ ଆମାଜନାସ ରାଜ୍ୟପାଳ ୱିଲସନ ଲିମା କହିଛନ୍ତି, “ବାର୍ସିଲୋସରେ ଶନିବାର ବିମାନ ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଏବଂ ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁରେ ଗଭୀର ଦୁଖତଃ। ଆମର ଟିମ ଅତ୍ୟାବଶ୍ୟକ ସହାୟତା ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି। ମୋର ସମବେଦନା ଓ ପ୍ରାର୍ଥନା ମୃତକଙ୍କ ପରିବାର ଏବଂ ସମ୍ପର୍କୀୟମାନଙ୍କ ସହିତ ଅଛି।

ଏହାପୂର୍ବରୁ ମାନସ ଏରୋଟାକ୍ସି ବିମାନ ଦୁର୍ଘଟଣାର ସୁନିଶ୍ଚିତ କରି କହିଛି ଯେ, ଘଟଣାର ଅନୁସନ୍ଧାନ କରୁଛି, କିନ୍ତୁ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ସେୟାର କରି ନାହିଁ। ବିମାନ ସେବା ଏକ ବିବୃତ୍ତିରେ କହିଛି ଯେ, ଏହି କଷ୍ଟ ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଗୋପନୀୟତା ଉପରେ ଆମେ ନିର୍ଭର କରୁ ଏବଂ ଅନୁସନ୍ଧାନ ଅଗ୍ରଗତି କଲାବେଳେ ସମସ୍ତ ସୂଚନା ପ୍ରଦାନ କରାଯିବ।

Get real time updates directly on you device, subscribe now.