ବିସିସିଆଇ ଏବେ ଆଇସିସିକୁ ଦେଖାଇଲା ଆଇନା, ଋଷଭ ପନ୍ତଙ୍କ କଷ୍ଟକୁ ଦେଖି ନେଲା ଏହି ନିଷ୍ପତ୍ତି

ବିସିସିଆଇ ନେଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ୨୦୨୫ ମସିହାରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ ସମୟରେ ଋଷଭ ପନ୍ତ ଆହତ ହୋଇଥିଲେ। ଆଘାତ ଯୋଗୁଁ ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ସ୍ଥିତିରେ ମଧ୍ୟ ନଥିଲେ।

ତଥାପି, ଏହା ପରେ ମଧ୍ୟ ତାଙ୍କୁ ବଦଳ ଖେଳାଳି ମିଳିପାରିଲା ନାହିଁ। ଏହି ଆଘାତରୁ ଶିକ୍ଷା ନେଇ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇ ଘରୋଇ କ୍ରିକେଟରେ ଏକ ନୂତନ ନିୟମ ଲାଗୁ କରିଛି।

ଯାହା ଅନୁଯାୟୀ, ଯଦି କୌଣସି ଖେଳାଳି ପଡ଼ିଆରେ ଗମ୍ଭୀର ଆଘାତ ପାଆନ୍ତି, ତେବେ ବଦଳ ଖେଳାଳି ଦିଆଯିବ। ଏହି ନିୟମ ପ୍ରଥମ ଥର ପାଇଁ ଦୁଲୀପ ଟ୍ରଫିରେ ବ୍ୟବହାର କରାଯାଇଛି।

ନିୟମ ପରିବର୍ତ୍ତନ କଲା ବିସିସିଆଇ: ଯଦି କୌଣସି ଖେଳାଳି ପଡ଼ିଆରେ ଖେଳୁଥିବା ସମୟରେ ଆହତ ହୁଅନ୍ତି, ତେବେ ବିସିସିଆଇର ନୂତନ ନିୟମ ଅନୁଯାୟୀ, ବଦଳ ଖେଳାଳି ମିଳିପାରିବ।

ନୂତନ ନିୟମରେ କୁହାଯାଇଛି ଯେ, ‘ଯଦି କୌଣସି ଖେଳାଳି ସମ୍ପୃକ୍ତ ମ୍ୟାଚ୍ ସମୟରେ ଗମ୍ଭୀର ଆଘାତ ପାଆନ୍ତି, ତେବେ ଗମ୍ଭୀର ଆଘାତ ପ୍ରତିସ୍ଥାପନ ପାଇଁ ଅନୁମତି ଦିଆଯାଇପାରିବ।

ଧାରା ୧.୨.୫.୨ ରେ ବର୍ଣ୍ଣିତ ଖେଳ କ୍ଷେତ୍ର ମଧ୍ୟରେ ଗମ୍ଭୀର ଆଘାତ ହୋଇଥିବା ଆବଶ୍ୟକ। ଆଘାତଟି ବାହ୍ୟ ଆଘାତ ଯୋଗୁଁ ହୋଇଥିବା ଆବଶ୍ୟକ ଏବଂ ଏହାର ପରିଣାମ ସ୍ୱରୂପ Fracture/deep cut/dislocation ଇତ୍ୟାଦି ହେବା ଆବଶ୍ୟକ। ଆଘାତ ଯୋଗୁଁ ଖେଳାଳି ମ୍ୟାଚର ବାକି ସମୟ ପାଇଁ unavailable ହେବା ଆବଶ୍ୟକ।