fbpx

ହାର୍ଦ୍ଦିକଙ୍କ ଉପରେ BCCIର କଡ଼ା ଆକ୍ସନ: ଏହି ଅପରାଧ ପାଇଁ ଲାଗିଲା ଜରିମାନା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ମୁମ୍ବାଇ ପଲଟନ୍ ପୁଣିଥରେ ବିଜୟ ଟ୍ରାକକୁ କମବ୍ୟାକ କରିଛି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୯ ରନରେ ଏହି ମ୍ୟାଚ ଉପରେ କବଜା କରିବାରେ ସଫଳ ହୋଇଛି ହାର୍ଦ୍ଦିକ ସେନା । କିନ୍ତୁ ଏହି ମ୍ୟାଚରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ କଡ଼ା ଆକ୍ସନ ନେଇଛି ଭାରତୀୟ କ୍ରିକେଟ ବୋର୍ଡ । ନିୟମ ଉଲ୍ଲଙ୍ଘନ ଯୋଗୁଁ ହାର୍ଦ୍ଦିକଙ୍କ ପାଇଁ ଦଣ୍ଡ ବିଧାନ ଲାଗୁ କରିଛି ବିସିସିଆଇ । ଏଥିପାଇଁ ପାଣ୍ଡ୍ୟା ୧୨ ଲକ୍ଷ ଟଙ୍କାର ଜରିମାନା ଦେଇଛନ୍ତି ।

ପଞ୍ଜାବ ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୯ ରନର ବିଜୟ ହାସଲ କରିଛି । କିନ୍ତୁ ମ୍ୟାଚରେ ହାର୍ଦ୍ଦିକଙ୍କୁ ଏକ ବଡ଼ ଝଟକା ଲାଗିଛି । ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଥର ପାଇଁ ସ୍ଲୋ ଓଭର ରେଟ୍ ବୋଲିଂ କରିଛି । ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛି ବିସିସିଆଇ । ଆଇପିଏଲର କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ, ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଥର ପାଇଁ ସ୍ଲୋ ଓଭର୍ ରେଟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଲାଗୁ ହୋଇଛି ।

ତେବେ ଚଳିତ ଆଇପିଏଲରେ ହାର୍ଦ୍ଦିକଙ୍କ ପୂର୍ବରୁ ଅନ୍ୟ ଯୁବ ଅଧିନାୟକ ମାନଙ୍କ ଉପରେ ମଧ୍ୟ ଏହି ଦଣ୍ଡବିଧାନ ଲାଗୁ କରିଛି ବିସିସିଆଇ । ସ୍ଲୋ ଓଭର ରେଟ୍ ବୋଲିଂ ପାଇଁ ରିଷଭ ପନ୍ତ, ଶ୍ରେୟସ ଆୟର, ଶୁଭମନ ଗିଲ ଏବଂ ସଞ୍ଜୁ ସାମସନଙ୍କ ଉପରେ ୧୨ ଲକ୍ଷ ଟଭ୍କା ଲେଖାଏଁ ଜରିମାନା ଲାଗୁ କରାଯାଇଛି । ତେବେ ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ ଦୁଇଟି ମ୍ୟାଚରେ ଏହି ଭୁଲ କରିଥିବାରୁ ମୋଟ ୩୬ଲକ୍ଷ ଜରିମାନା ଦେଇଥିବା ବେଳେ ଦଳର ଅନ୍ୟ ସଦସ୍ୟମାନଙ୍କ ଉପରେ ମଧ୍ୟ ୬ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲାଗୁ କରିଛି ବିସିସିଆଇ ।

Get real time updates directly on you device, subscribe now.