fbpx

ହୋଇଯାଆନ୍ତୁ ସାବଧାନ୍! ପୃଥିବୀ ଆଡକୁ ମାଡ଼ିଆସୁଛି ଆଇଫେଲ ଟାୱାର ଆକାରର ଆଷ୍ଟେରଏଡ୍

ନୂଆଦିଲ୍ଲୀ: ଅନେକ ଥର ମହାକାଶରେ ବୁଲୁଥିବା କ୍ଷୁଦ୍ରଗ୍ରହ ବା ଆଷ୍ଟେରଏଡଗୁଡିକ ପୃଥିବୀ ପାଇଁ ବିପଦ ସୃଷ୍ଟି କରିଥାଏ । ପୂର୍ବରୁ ଅନେକ ଥର ଦେଖାଯାଇଛି କି, ଏହି ଆଷ୍ଟେରଏଡଗୁଡିକ ଯୋଗୁଁ ପୃଥିବୀକୁ କ୍ଷତି ହୋଇଛି । ଏହାରି ମଧ୍ୟରେ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଚେତାବନୀ ଦେଇଛି ଯେ, ଏକ ବିଶାଳ ଆଷ୍ଟେରଏଡ ପୃଥିବୀ ଆଡକୁ ମାଡ଼ି ଆସୁଛିି । ଏହି ଆଷ୍ଟେରଏଡର ଆକାର ଫ୍ରାନ୍ସର ଆଇଫେଲ ଟାୱାର ଠାରୁ ବଡ ବୋଲି ଜଣାପଡିଛି ।

ନାସାର କହିବା ମୁତାବକ, ଅଣ୍ଡାର ଆକାର ଭଳି ଫୁଟବଲ ପିଚର ଆକାରଠାରୁ ତିନି ଗୁଣ ବଡ଼ ଆଷ୍ଟେରଏଡଟି ଡିସେମ୍ବର ୧୧ ରେ ପୃଥିବୀର ନିକଟତର ହେବ । ଏହା ୩୩୦ ମିଟର ଲମ୍ବା ହୋଇଥିବା ବେଳେ ଏହାକୁ ଅନ୍ୟ ସମସ୍ତ ଆଷ୍ଟେରଏଡ ତୁଳନାରେ ୯୦% ବଡ କୁହାଯାଉଛି ।

ଏହି ଆଷ୍ଟେରଏଡ ପୃଥିବୀ ସହିତ ଧକ୍କା ହେବାର ପରିମାଣ ଭୟଙ୍କର ହୋଇପାରେ । କିନ୍ତୁ ଆଶ୍ୱସ୍ତକର ଖବର ହେଉଛି କି, ଏହା ଆମ ପୃଥିବୀଠାରୁ ବହୁ ଦୂରରେ ଗତି କରିବ । ପୃଥିବୀ ଦେଇ ଗତି କରିବା ପରେ ଏହି ଆଷ୍ଟେରଏଡଟି ଅତି କମରେ ୧୦ ବର୍ଷ ପର୍ଯ୍ୟନ୍ତ ଆସିବ ନାହିଁ ।

Get real time updates directly on you device, subscribe now.