ଗୁଗଲରେ Sign-in କଲାବେଳେ ଭୁଲରେ ବି କରନ୍ତୁନି ଏହି ଭୁଲ୍‌, ହେବ ଏତିକି ଅସୁବିଧା କଳ୍ପନା ବି କରି ନଥିବେ ଆପଣ

ଆପଣ ନିଜ ଗୁଗଲ ଆକାଉଣ୍ଟରେ ସାଇନ ଇନ କରିବା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ, ଅସୁବିଧାରେ କେବେବି ପଡିବେନି

ନୂଆଦିଲ୍ଲୀ: ଗୁଗଲର ବ୍ୟବହାର କାମକୁ ସହଜ କରିଥାଏ। ଆପଣ ନିଜ ଗୁଗଲ ଆକାଉଣ୍ଟରୁ ସାଇନ-ଇନ କରି ଅନ୍ୟ ୱେବସାଇଟ ଏବଂ ଆପ୍ସ ଖୋଲୁଥିବେ। କିନ୍ତୁ ଆପଣ ଜାଣିଛନ୍ତି କି ଏହା ଖୁବ ଭୟଙ୍କର।

ଏଥିରେ ଆପଣଙ୍କର ପ୍ରାଇଭେସି ବିପଦରେ ପଡିପାରେ। ତେବେ ଆସନ୍ତୁ ଜାଣିବା ଗୁଗଲରେ ସାଇନ-ଇନ୍ କରିବା ପୂର୍ବରୁ କଣ କରିବା ଆବଶ୍ୟକ, ଯେଉଁଥିରେ ଆପଣ ଅସୁବିଧାରେ ପଡିବେନି..

ବିଶ୍ୱସ୍ତ ପୋର୍ଟାଲ ଏବଂ ଆପ୍ସର ବ୍ୟବହାର କରନ୍ତୁ: ଗୁଗଲରେ ଯେତେବେଳେ ଆପଣ ସାଇନ-ଇନ୍ କରୁଛନ୍ତି ସେତେବେଳେ ଆପଣ ସେହି ପୋର୍ଟାଲକୁ ଭଲଭାବେ ଯାଞ୍ଚ କରନ୍ତୁ।

ଏଥିରେ ଆପଣଙ୍କ ପୋର୍ଟାଲ ସୁରକ୍ଷିତ ରହିଥାଏ। ଯଦି କୌଣସି ପୋର୍ଟାଲ ବା ଆପ୍ସ ଆପଣଙ୍କୁ ନୂଆ-ନୂଆ ଅପଡେଟ୍ସ ଦେଉନାହିଁ ସେତେବେଳେ ଏଥିରେ ଆପଣ ସତର୍କ ରହିବା ଆବଶ୍ୟକ।

ଗୋଟିଏରୁ ଅଧିକ ଗୁଗଲ ଆକାଉଣ୍ଟ: ଯଦି ଆପଣଙ୍କ ପ୍ରାଇଭେସିକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି, ଆପଣ ଆଉ ଏକ କାମ କରିପାରିବେ, ଆପଣ ଗୋଟିଏରୁ ଅଧିକ ଗୁଗଲ ଆକାଉଣ୍ଟ କ୍ରିଏଟ କରିପାରିବେ।

ଯେଉଁ ୱେବସାଇଟ ଉପରେ ଆପଣଙ୍କର ଅବିଶ୍ୱାସ ହେବ, ସେହି ୱେବସାଇଟରେ ଆପଣ ଅଲଗା ଆକାଉଣ୍ଟକୁ ସାଇନ୍‌-ଇନ୍ କରିପାରିବେ। ଏଥିସହ ଆପଣ ସବୁବେଳେ ନିଜର ଗୁଗଲ ଆକାଉଣ୍ଟର ପାସୱାର୍ଡକୁ ପରିବର୍ତ୍ତନ କରାନ୍ତୁ।