fbpx

ଅନବରତ ମୋବାଇଲ ବ୍ୟବହାର କରୁଥିଲେ ସାବଧାନ ! ତ୍ୱଚା ଉପରେ ପଡିବ କୁପ୍ରଭାବ

ବର୍ତ୍ତମାନ ସମୟରେ ମୋବାଇଲ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ସକାଳୁ ରାତି ହେବାଯାଏ ଏହା ଆମ ହାତରେ ରହିଥାଏ । ଏହାକୁ ଗୋଟିଏ ମୁହୂର୍ତ୍ତ ଛାଡ଼ି ରହିବା ଅସମ୍ଭବ। ତେବେ ମୋବାଇଲର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଆପଣ ଜାଣିଛନ୍ତି ତ! ଏହା ତ୍ୱଚା ଉପରେ କୁପ୍ରଭାବ ପକାଉଥିବା କଥା ଜାଣିଛନ୍ତି ନା ନାହିଁ! କାହା ଉପରେ କିପରି ପ୍ରଭାବ ପକାଉଛି ସେ ସମ୍ପର୍କରେ ଟିପ୍ସ…

– ମୋବାଇଲର ବହୁଳ ବ୍ୟବହାର ଫଳରେ ତ୍ୱଚା ରଙ୍ଗରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ତେବେ ଉଜ୍ଜ୍ୱଳ ତ୍ୱଚା ପାଇଁ ଶୋଇବାର ୨ ଘଣ୍ଟା ପୂର୍ବରୁ ଫୋନ୍‌ଠାରୁ ଦୂରେଇ ରୁହନ୍ତୁ।

– ଆଖି ତଳର କଳା ଦାଗ, ମୁହଁ ଶୁଖିଲା, ଚର୍ମ କୁଞ୍ଚନ ଦେଖାଯିବାର ମୁଖ୍ୟ କାରଣ ଫୋନ। ଫୋନକୁ ସବୁବେଳେ ବ୍ୟବହାର କଲେ ଏହି ସମସ୍ୟା ୨୦ ବର୍ଷ ବୟସରୁ ହେବାର ଆଶଙ୍କା ଦେଖାଯାଇଥାଏ।
– ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମୋବାଇଲ କମ ବ୍ୟବହାର ସହିତ ଆପଣଙ୍କ ତ୍ୱଚାରେ ଘିକୁଆଁରୀ ଜେଲ ମଧ୍ୟ ଲଗାଇ ପାରିବେ। ଏହାକୁ ଲଗାଇ ୧୫ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
– ଫୋନ ବ୍ୟାକ୍ଟେରିଆର ଗନ୍ତାଘର। କଥା ହେବା ସମୟରେ ମୋବାଇଲ ମୁହଁରେ ଲାଗିବାରୁ ବ୍ୟାକ୍ଟେରିଆ ମୁହଁରେ ଲାଗି ସଂକ୍ରମଣର ବି ଭୟ ଥାଏ। ଏ ନେଇ ଆପଣ ଫୋନକୁ ପ୍ରତିଦିନ ସଫା କରିବା ସହ ଇଅର ଫୋନର ବ୍ୟବହାର କରନ୍ତୁ।

Get real time updates directly on you device, subscribe now.