fbpx

ଆଜିଠାରୁ ଏହି ୩ଟି ରାଶି ରୁହନ୍ତୁ ସାବଧାନ୍! ଟଙ୍କା ଖର୍ଚ୍ଚ ସାଙ୍ଗକୁ ବଢିପାରେ ସମସ୍ୟା

ଓଡ଼ିଶା ଭାସ୍କର: ବୈଦିକ ଜ୍ୟେତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଗ୍ରହ ନିଜ ନିଶ୍ଚିତ ସମୟରେ ଗୋଚର କରିଥାନ୍ତି । ତେବେ ଧନଦାତା ଶୁକ୍ର ଗ୍ରହ ଅଗଷ୍ଟ ୨୫ ତାରିଖ ଅର୍ଥାତ୍ ଆଜି ୧.୨୪ରେ ଗୋଚର କରିବେ । କନ୍ୟା ରାଶିରେ ଶୁକ୍ର ପ୍ରବେଶ କରିବା ଦ୍ୱାରା କିଛିଟା ରାଶି ବିଶେଷ ଲାଭବାନ୍ ହୋଇପାରିବେ । ସେହିପରି କିଛି ରାଶିର ଲୋକମାନଙ୍କୁ ଏହି ସମୟରେ ସାବଧାନ୍ ବା ସତର୍କ ରହିବାକୁ ପଡ଼ିବ । ଶୁକ୍ରଙ୍କ ରାଶି ପରିବର୍ତ୍ତନ ଯୋଗୁଁ ୩ଟି ରାଶିର ଲୋକମାନଙ୍କ ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ । ବିଶେଷ କରି ଖର୍ଚ୍ଚାନ୍ତର ସମସ୍ୟାରେ ପଡ଼ିପାରନ୍ତି ୩ଟି ରାଶିର ବ୍ୟକ୍ତିବିଶେଷ । କିଛି ରାଶିର ଲୋକେ ଅସୁସ୍ଥ ମଧ୍ୟ ହୋଇପାରନ୍ତି । ତେବେ ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଏହି ୩ଟି ରାଶିମାନଙ୍କୁ ବିଶେଷ ସତର୍କ ରହିବାକୁ ହେବ ।

ମେଷ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମେଷ ରାଶିର ବ୍ୟକ୍ତିବିଶେଷ ମାନଙ୍କୁ ଏହି ସମୟରେ ବିଶେଷ ଭାବରେ ସତର୍କ ରହିବାକୁ ହେବ । କନ୍ୟା ରାଶିରେ ଶୁକ୍ର ପ୍ରବେଶ କରିବା ଦ୍ୱାରା ଆପଣଙ୍କ ଜୀବନରେ ଶତ୍ରୁଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇପାରେ । ଫଳରେ କାର୍ଯ୍ୟକ୍ଷେତ୍ରରେ ମଧ୍ୟ କ୍ଷତି ହୋଇପାରେ । ଏଭଳି ସ୍ଥିତିରେ ବିଶେଷ ଭାବରେ ସତର୍କ ରହିବାକୁ ପଡ଼ିବ । ତେଣୁ ନିଜ କାମରେ ଫୋକସ୍ କରନ୍ତୁ ଏବଂ ନିଜ ପ୍ଲାନକୁ ଗୁପ୍ତ ରଖନ୍ତୁ । ସେହିପରି ପାର୍ଟନରସିପରେ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସଠିକ୍ ଭାବରେ ବ୍ୟବହାର କରନ୍ତୁ । ଛୋଟ କଥାରୁ ବଡ଼ ବିବାଦ ସୃଷ୍ଟି ହୋଇପାରେ । ବାଦ-ବିବାଦ ଆପଣଙ୍କ ଆୟ ଉପରେ ପ୍ରଭାବ ପକାଇପାରେ । ତେବେ ଦୂରଯାତ୍ରାରୁ ଦୂରେଇ ରୁହନ୍ତୁ ।

ଧନୁ ରାଶି: କନ୍ୟା ରାଶିରେ ଶୁକ୍ର ଗ୍ରହର ପ୍ରବେଶ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ । ବାହାରେ ଖାଦ୍ୟପେୟ କରନ୍ତୁ ନାହିଁ, ଆପଣ ଅସୁସ୍ଥ ହୋଇପାରନ୍ତି । ତେବେ ସେପ୍ଟେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଏହି ସମୟ ଆପଣଙ୍କ ଚାକିରି ତଥା ବ୍ୟବସାୟ କ୍ଷେତ୍ରରେ ଚାଲେଞ୍ଜ ସୃଷ୍ଟି କରିପାରେ । ଅଧିକାଂଶ କାର୍ଯ୍ୟରେ ବାଧା ସୃଷ୍ଟି ହେବ ଏବଂ ଅଅନେକ କାର୍ଯ୍ୟ ଅଟକି ଯାଇପାରେ । ସହକର୍ମୀମାନଙ୍କ ସହ ବାଦ-ବିବାଦ ଦେଖା ଦେଇପାରେ ।

ମୀନ ରାଶି: ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ମୀନ ରାଶିର ଲୋକମାନଙ୍କ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସହ ମନମାଳିନ୍ୟ ଦେଖା ଦେଇପାରେ । ଛୋଟ ଚୋଟ କଥାକୁ ଅଣଦେଖା କରିଦେବା ଉଚିତ, ନଚେତ୍ ବାଦ-ବିବାଦ ବୃଦ୍ଧି ହୋଇପାରେ । ମୀନ ରାଶିର ଲୋକମାନଙ୍କ ପାଇଁ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ । କିଛି ପୁରୁଣା ରୋଗ ଆପଣଙ୍କୁ ସମସ୍ୟାରେ ପକାଇପାରେ । ତେବେ କ୍ୟାରିୟର ପାଇଁ ବିଶେଷ କଷ୍ଟ କରିବାକୁ ପଡ଼ିବ ନାହିଁ, ଇଚ୍ଛା ଅନୁସାରେ ସଫଳତା ପାଇଁ ସଂଘର୍ଷ କରିବାକୁ ପଡ଼ିପାରେ ।

Get real time updates directly on you device, subscribe now.