fbpx

ଖୁସି ହୋଇଯାଆନ୍ତୁ ଏହି ୪ ରାଶିର ଲୋକ, ଆଜିଠାରୁ ୬୮ ଦିନ ପାଇଁ ‘ବୁଧ’ କରିବ ଧନବର୍ଷା

ବୁଧ ଗ୍ରହରେ ବୃଷ ରାଶିରେ ପ୍ରବେଶ କରିଛି । ଆଜି ଅର୍ଥାତ୍ ଏପ୍ରିଲ୍ ୨୫ ରେ ହୋଇଥିବା ବୁଧର ରାଶିର ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୁଧ ମେଷ ରାଶି ଛାଡି ବୃଷ ରାଶିରେ ପ୍ରବେଶ କରିଛି । ସାଧାରଣତଃ ବୁଧ ୨୧ ଦିନରେ ଗମନାଗମନ କରେ କିନ୍ତୁ ୬୮ ଦିନ ପର୍ଯ୍ୟନ୍ତ ଗୋଟିଏ ରାଶି ଅର୍ଥାତ୍ ବୃଷରେ ରହିବ । ବୁଧର ସ୍ଥିତିରେ ପରିବର୍ତ୍ତନର ଶୁଭ-ଅଶୁଭ ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୁଧ ବୃଷ ରାଶିରେ ପ୍ରବେଶ କରିବାକୁ ୪ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । ଆୟ ବଢ଼ିବା ସହ ଆର୍ଥିକ କ୍ଷେତ୍ରରେ ସ୍ଥିତି ମଜଭୁତ ହେବ, କାମରେ ସୁଧାର ଆସିବ ଓ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଭଲରେ ଚାଲିବ ।

ମେଷ – ବୁଧ ରାଶି ପରିବର୍ତ୍ତନ ମେଷ ରାଶିର ଲୋକଙ୍କୁ ବହୁତ ଶୁଭଫଳ ଦେବ । ସେମାନଙ୍କର ସମସ୍ତ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ । ଆୟର ବୃଦ୍ଧି ସହିତ ଆର୍ଥିକ ସ୍ଥିତି ମଜଭୁତ ହେବ । କାର୍ଯ୍ୟରେ ଉନ୍ନତି ହେବ । ଛାତ୍ରଛାତ୍ରୀମାନେ ସେମାନଙ୍କ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବେ ।

ବୃଷ – ବୃଷ ରାଶିର ଲୋକଙ୍କ ଏହି ସମୟ ନୂଆ ଚାକିରି ଦେଇପାରେ । ସେମାନେ ନିଜ କ୍ୟାରିଅରରେ ଆଗକୁ ବଢ଼ିପାରନ୍ତି । ବ୍ୟବସାୟୀମାନେ ମଧ୍ୟ ବହୁତ ଲାଭବାନ ହେବେ । ଘରେ ରିନୋଭେସନ୍ କରାଯାଇପାରିବ । ମୋଟ ଉପରେ କହିବାକୁ ଗଲେ, ଏହି ସମୟ ସେମାନଙ୍କୁ ବହୁତ ଖୁସି ଦେବ ।

ମିଥୁନ – ବୁଧ ପ୍ରବେଶ ମିଥୁନ ରାଶିର ଲୋକଙ୍କ ଜୀବନରେ ସୁଖ ଆଣିଦେବ । ଆର୍ଥିକ ଅବସ୍ଥା ଭଲ ରହିବ । ଆପଣ ଘର-ଗାଡ଼ି କିଣି ପାରିବେ । ନିବେଶରୁ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ସୁଖମୟ ହେବ ।

ତୁଳା – ବୁଧର ବୃଷ ରାଶିରେ ପ୍ରବେଶ ଯୋଗୁଁ ତୁଳା ରାଶିର ଲୋକଙ୍କର ପୁରୁଣା ସମସ୍ୟା ଦୂର ହେବ । ତାଙ୍କ ଜୀବନର ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ହେବ । ଧନଲାଭ ହେବ । ବନ୍ଦ ହୋଇଥିବା କାମ ସହଜରେ ଆରମ୍ଭ ହେବ । ଆପଣ ଘର-କାର କିଣି ପାରନ୍ତି ।

Get real time updates directly on you device, subscribe now.