fbpx
BSKY SKY
BSKY SKY

ମାତ୍ର ୫ଟଙ୍କା ପାଇଁ ଲୁହା ରଡ଼ରେ ଆକ୍ରମଣ ବିଅରପାର୍ଲର କର୍ମଚାର ,୨ ଗ୍ରାହକ ଆହତ

BSKY

ନିମାପଡ଼ା, (ଭାସ୍କର ନ୍ୟୁଜ୍‌):  ଏକ ବିଅର ପାର୍ଲରରେ ୫ଟଙ୍କା ଫୋନ୍‌ ପେ କୁ ନେଇ ପାର୍ଲର କର୍ମଚାରୀଙ୍କ ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଅଭିଯୋଗ ଆଧାରରେ ପୋଲିସ୍‌ ତଦନ୍ତ ଜାରି ରଖିଥିବା ବେଳେ ଦୁର୍ବଳ ତଦନ୍ତକୁ ନେଇ ଅଭିଯୋଗ କାରୀ ନ୍ୟାୟ ପାଇବା ଆଶଙ୍କା ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ସମୟରେ ନିମାପଡା ବିଜ୍ଞାପିତ ପରିଷଦ ଅଣ୍ଢିଆ ସାହି ଗ୍ରାମର ରଂଜନ କୁମାର ଓଝା ବଳଙ୍ଗାର ଶବି ପ୍ରସାଦ ସ୍ୱାଇଁ, ନିମାପଡା ପିପିଲି ମୁଖ୍ୟ ରାସ୍ତା ତଳଅଣ୍ଢିଆ ନିକଟରେ ଥିବା ବିୟର ପାର୍ଲରକୁ ବିଅର କିଣିବାକୁ ଯାଇଥିଲେ ା ବିୟର କିଣି ୫ଟଙ୍କା ନିଅଣ୍ଟ ହେବାରୁ ଫୋନ୍‌ ପେରେ ପଠାଇବାକୁ କହିବା ପରେ ପାର୍ଲର ପରିଚାଳକ ଓ କର୍ମଚାରୀ ମନା କରିଥିଲେ । ଏହକୁ ନେଇ ଉଚ୍ଚବାଚ୍ଚ ହେବାରେ ବିଅର ପାର୍ଲର କର୍ମଚାରୀମାନେ ଲୁହା ରଡରେ ଦୁଇ ଯୁବକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସଂପୃକ୍ତ ଯୁବକ ଆହତ ହୋଇ ଥିବା ବେଳେ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନାଥାଉ କି, ନିମାପଡ଼ା ଅଞ୍ଚଳ ଏବେ ନିଶାଡ଼ି ଓ ଜୁଆଡ଼ିଙ୍କ ଚରାଭୂଇଁ ପାଲଟିଛି । ଏଠାରେ ସନ୍ଧ୍ୟା ନଇଁଲେ ଯୁବକ ଓ ପ୍ରାପ୍ତବୟସ୍କ ମାନେ ବିଭିନ୍ନ ବାର୍‌ରୁ ମଦ କିଣି ଆଣି ଖୁଲମ୍‌ଖୁଲ୍ଲା ପିଉଛନ୍ତି । ମଦ ପିଇବା ପରେ ସେମାନେ ହିତାହତ ଜ୍ଞାନ ହରାଇ ସେହି ସମୟରେ ରାସ୍ତାରେ ଯାଉଥିବା ପଥଚାରୀମାନଙ୍କୁ ଦୁର୍ବବ୍ୟହାର କରୁଥିବା ନେଇ ଅଭିଯୋଗ ହୋଇ ଆସୁଛି ।

Get real time updates directly on you device, subscribe now.