ବାରମ୍ବାର ପାର୍ଲର ଯାଉଥିଲେ ହୋଇଯାନ୍ତୁ ସତର୍କ, ନଚେତ୍ ଆପଣଙ୍କୁ ମଧ୍ୟ ହେବ ଏହି ରୋଗ
ଅସୁସ୍ଥ କରୁଛି ପାର୍ଲର । ଅଜଣା ରୋଗର ଶିକାର ହେଉଛନ୍ତି ଗ୍ରାହକ ।
ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ପାର୍ଲର ଯିବା ନିତିଦିନିଆ ଜିନିଷ ପାଲଟିଗଲାଣି । ଲୋକମାନେ ନିଜ କାମ ଭୁଲିଯାଉଛନ୍ତି, ହେଲେ ପାର୍ଲର ଯାଇ ସଜେଇ ହେବା ଭୁଲୁ ନାହାନ୍ତି । ଯାହାପାଇଁ ପାର୍ଲର ବ୍ୟବସାୟ ଖୁବ୍ ଜୋରରେ ବଢ଼ିବାରେ ଲାଗିଛି ।
ବିଶେଷ କରି ମହିଳା ଓ ଯୁବତୀମାନେ ପାର୍ଲର ଯିବା ପସନ୍ଦ କରୁଛନ୍ତି । ସ୍କୁନ୍, ହେୟାର୍ ଏବଂ ଫେସର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ପାଲଁର ଏକମାତ୍ର ବାଟ ପାଲଟିଛି ।
ସଜେଇ ହେବା: କିନ୍ତୁଆପଣ ଜାଣିଛନ୍ତି କି, ପାର୍ଲର ରେ କରୁଥିବା ହେୟାର ସ୍ପା କିମ୍ବା ହେୟାର ୱାସ୍ ଆପଣଙ୍କ ଶରୀରରେ କି ପ୍ରକାର ପ୍ରଭାବ ପକାଉଛି? ମୁଣ୍ଡ ବେଢଙ୍ଗରେ ବେଶୀ ସମୟ ରହିବା କାରଣରୁ ବ୍ୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ ହେବାର ଆଶଙ୍କା ରହିଛି ।
ପାର୍ଲରରେ କେଶ ଧୋଇବା ସମୟରେ ମୁଣ୍ଡକୁ ପାର୍ଲର ସିଙ୍କରେ ପାଖାପଖି ୧ ଘଣ୍ଟା ପର୍ଯ୍ୟନ୍ତ ରଖିବାକୁ ପଡ଼େ । ଯାହାଫଳରେ ଗଳାରୁ ମୁଣ୍ଡକୁ ସଂଯୋଗ ସ୍ନାୟୁ ଏର୍ବ ଶୀରାରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ଯାହାଫଳରେ ଏହି ରୋଗ ଦେଖାଯାଏ ।
ଲକ୍ଷଣ: ଏହି ରୋଗରେ ଆକ୍ରାନ୍ତ ଲୋକଙ୍କୁ ଥଣ୍ଡା ଲାଗି ରୁହେ । ମୁଣ୍ଡ ବିନ୍ଦିବ. ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଏବଂ ଛିଙ୍କ, କାଶ ଭଳି ଅସୁବିଧା ଭୋଗ କରିବାକୁ ପଡ଼େ । ବେଳଥାଉ ସତର୍କ ନ ହେଲେ, ବଡ଼ ରୋଗ ହେବାର ଆଶଙ୍କା ମଧ୍ୟ ରହିଛି ।