(Video) ପ୍ରଥମଥର ଦେଖିବାକୁ ମିଳିଲା ଏତେ ସୁନ୍ଦର ସାପ, ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ
ସୋସିଆଲ ମିଡିଆରେ ଏକ ନୀଳ ରଙ୍ଗର ସାପ ଭିଡିଓ ଭାଇରାଲ ହେଉଛି। ଏହାର ଅଦ୍ଭୁତ ସୁନ୍ଦରତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ।
ନୂଆଦିଲ୍ଲୀ: ସାପକୁ ଦେକି ଲୋକଙ୍କ ମନରେ ଡର ଘର କରିନେଇଥାଏ। ସେମାନଙ୍କୁ ଖରାପ ଏବଂ ଭୟଙ୍କର ସ୍ୱପ୍ନ ବି ଆସିଥାଏ। ହେଲେ ଏଠାରେ ଆପଣ ସାପକୁ ଦେଖିବା ପରେ ଆହୁରି ଦେଖିବାକୁ ଇଚ୍ଛା ହେବ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖାସ ପ୍ରଜାତିର ସାପ ଭିଡିଓ ଲୋକଙ୍କୁ ମୋହିତ କରିଛି।
ଏହି ସାପକୁ ଦେଖିବା ପରେ ଆପଣଙ୍କ ମନ ତାକୁ ପାଳିବାକୁ କହିବ। ଭିଡିଓରେ ଦେଖିବାକୁ ମିଳୁଛି ଯେ, ସାପ ଖୁବ ସୁନ୍ଦର ହୋଇଛି।
ନୀଳ ରଙ୍ଗର ସାପ: ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ଏକ ଗଛର ଡାଳରେ ନୀଳ ରଙ୍ଗର ସାପ ପେଟାଇଛି। ସେ ଗଛର ପତ୍ରରେ ନିଜ ଫଣା ପ୍ରସାରିତ କରୁଛି। ଦେଖିବାକୁ ଏହି ସାପଟି ଅନ୍ୟମାନଙ୍କ ଭଳି ଭୟଙ୍କର ନୁହେଁ। ଏହା ଏକ ପ୍ୟାରୀ ଏବଂ ସୁନ୍ଦରୀ ସାପ ଅଟେ।
This is Blue insularis pit viper and it is beautiful pic.twitter.com/4nUkmNjiB0
— Nature is Amazing ☘️ (@AMAZlNGNATURE) January 11, 2025
ଏହି ଭିଡିଓ @AMAZlNGNATURE ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏଥିସହ କ୍ୟାପ୍ସନରେ ସାପର ଏହି ଖାସ୍ ପ୍ରଜାତିର ନାମ ମଧ୍ୟ କୁହାଯାଇଛି। ଏହି ସାପକୁ ବ୍ଲୁ ଇନସ୍ୟୁଲେରିସ ପିଟ ୱାଇପର କୁହାଯାଉଛି।