fbpx

ସଟଡ଼ାଉନ ସମୟରେ ଘରେ ବସି ବୋର୍ ହେଉଛନ୍ତି କି, ସୁନ୍ଦର ତ୍ୱଚା ଓ କେଶ ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

କରୋନା ସତର୍କତା ପାଇଁ ଜୁନ ମାସର ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ସଟଡ଼ାଉନ ରହିବ । ଶନିବାର ଓ ରବିବାର ଘରେ ରହି ବୋର ଲାଗୁଥିଲେ, ଏହି ସମୟରେ ବ୍ୟସ୍ତତା ଭିତରେ ଅବହେଳା କରୁଥିବା ତ୍ୱଚା ଓ କେଶର ଯତ୍ନ ପାଇଁ ଆପଣ ଘରୋଇ ଉପଚାର କରିପାରିବେ । ଏଥିରେ ଆପଣଙ୍କର ସମୟ ଅତିବାହିତ ହେବା ସହ ଆପଣଙ୍କ ତ୍ୱଚା ଓ କେଶ ବେଶ୍ ସୁନ୍ଦର ହୋଇଯିବ ।
ତରୁଣୀମାନେ ସୁନ୍ଦର ଦେଖାଯିବା ପାଇଁ ବଜାରରେ ମିଳୁଥିବା ବହୁ କ୍ରିମର ବ୍ୟବହାର କରିଥାନ୍ତି ଯେଉଁଥି ପାଇଁ ପାଶ୍ୱର୍ପ୍ରତିକ୍ରିୟାର ଭୟ ରହିଥାଏ ଏବଂ ତ୍ୱଚା ସୁନ୍ଦର ହେବା ପ୍ରତିବଦଳରେ ଅଧିକ ବିଗିଡ଼ି ଯାଇଥାଏ । ତେଣୁ ସୁନ୍ଦର ତ୍ୱଚା ଓ କେଶ ପାଇଁ ଘରୋଇ ଉପଚାର କରନ୍ତୁ ଯାହାଫଳରେ ଏହାର ପାଶ୍ୱର୍ପ୍ରତିକ୍ରିୟାର ଭୟ ନଥାଏ । ସୌନ୍ଦର୍ଯ୍ୟ ବୃଦ୍ଧିରେ ତେଲ ଓ ହଳଦୀର ଅବଦାନ ବହୁତ ରହିଛି । ହଳଦୀକୁ ଆମେ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରିଥାଉ । ଯେପରି ରୋଷେଇରେ ଆମେ ହଳଦୀର ବ୍ୟବହାର ବହୁତ କରିଥାଉ  । ହଳଦୀରେ ବହୁ ଆର୍ୟୁବେଦିକ ଗୁଣ ଭରି ରହିଛି । ଦୈନିକ ହଳଦୀ ବ୍ୟବହାର ଦ୍ୱାରା ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ । ବିଶେଷ କରି ହଳଦୀ ଓ ତେଲର ବ୍ୟବହାର ଦ୍ୱାରା କେଶ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ହେସିପରି ସୌନ୍ଦର୍ଯ୍ୟ ବୃଦ୍ଧିରେ ତେଲର ବ୍ୟବହାର ଅବଦାନ କିଛି କମ ନୁହେଁ । ପ୍ରାଚୀନ କାଳରୁ ତ୍ୱଚା ଓ କେଶର ସୁନ୍ଦରତା ପାଇଁ ବିଭିନ୍ନ ପ୍ରକାର ତେଲର ବ୍ୟବହାର ହୋଇଆସୁଅଛି । ଏହି ତେଲର ନିୟମିତ ବ୍ୟବହାର କରି କେଶ ଓ ଚର୍ମ ଜନିତ ଅନେକ ସମସ୍ୟାର ସମାଧାନ କରି ହେବ । ତେବେ ଆସନ୍ତୁ ଜାଣିବା ହଳଦି ଓ କେଉଁ କେଉଁ ତେଲ ବ୍ୟବହାର କଲେ ସୁନ୍ଦର କେଶ ସହ ତ୍ୱଚା ପାଇପାରିବା
ହଳଦୀ: ହଳଦୀ ତ୍ୱଚା ଉଜ୍ଜଳ କରିବା ସହ କେଶ ସମସ୍ୟାରୁ ଉପଶମ ଦେଇଥାଏ । ଯଦି ଆପଣ ରୂପି ସମସ୍ୟା ହୋଇଥାଏ ତେବେ ହଳଦୀ ବ୍ୟବହାର ଦ୍ୱାରା ଏଥିରୁ ମୁକ୍ତି ମିଳି ପାରିବା । ଏହାକୁ ଆମେ ନେଚୁରାଲ କଣ୍ଡିସନର ଭାବେ ବ୍ୟବହାର କରି ପାରିବା । ସବୁଠାରୁ ବଡ଼ କଥା ହେଲା ହଳଦୀ ବ୍ୟବହାର କଲେ କିଛି ପାଶ୍ୱର୍ ପ୍ରତିକ୍ରିୟା ହୋଇନ ଥାଏ । କେବଳ ରୁପି ସମସ୍ୟା ନୁହେଁ ହଳଦୀ କେଶ ଝଡ଼ିବା ରୋକିବା ସହ କେଶକୁ ଚମକ ଦେଇଥାଏ । ଏହାସହ ବିଭିନ୍ନ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ । ଖାଲି ସେତିକି ନୁହେଁ ମୁହଁରେ କିଛି ଦାଗ ହୋଇଥିଲେ ନିୟମିତ ହଳଦି ଲଗାଇଲେ ତାହା ଭଲ ହୋଇଯାଇଥାଏ । ଦେହରେ ହଳଦି ଲଗାଇଲେ କୌଣସି ପ୍ରକାର ଚର୍ମ ରୋଗ ହୁଏ ନାହିଁ ।


ନଡ଼ିଆ ତେଲ: ନଡ଼ିଆ ତେଲକୁ ଗରମ କରି କେଶର ମୂଳରେ ମସାଜ କରି ପୂରା ରାତି ଛାଡ଼ି ଦିଅନ୍ତୁ । ଏହା କରିବା ଦ୍ୱାରା ରୁକ୍ଷାପଣ ଓ ଦୁଇ ମୁହାଁ କେଶ ସମସ୍ୟାରୁ ମୁକ୍ତି ମିଳେ ।ନଡ଼ିଆ ତେଲରେ ମନ୍ଦାର ଫୁଲ ପକାଇ ତାକୁ ଫୁଟେଇବା ପରେ ତାକୁ ଛାଣି ସପ୍ତାହକୁ ୨ଥର ବ୍ୟବହାର କଲେ କେଶ ସିଲ୍କ ହୋଇଥାଏ ।


ରାଶି ତେଲ: ରାଶି ତେଲକୁ ଶରୀର ମସାଜ ପାଇଁ ବ୍ୟବହାର କରାଯାଏ । ଏହା ବହୁତ ପତଳା ତେଲ ହୋଇଥିବାରୁ ତୁରନ୍ତ ଚର୍ମରେ ମିଶିଯାଏ । ଏଥିରେ ବହୁ ପରିମାଣର ପୋଷକତତ୍ତ୍ୱ ଓ ରୋଗ ଉପଚାର ଶକ୍ତି ରହିଛି । ପ୍ରତିଦିନ ଏହି ତେଲକୁ ଶରୀରରେ ମସାଜ କରିବାଦ୍ୱାରା ଚର୍ମ ଚିକ୍କଣ ରୁହେ । ଏହାଛଡ଼ା ଏହି ତେଲରେ ଏସପିଏଫ ୪ସନସ୍କ୍ରିନ ରହିଛି ଯାହାଦ୍ୱାରା ଏହି ତେଲକୁ ମୁହଁରେ ମଧ୍ୟ ଲଗାଇପାରିବେ ।


ଆଲମଣ୍ଡ ତେଲ: ଚର୍ମ ଶୁଷ୍କ ହୋଇ କୁଣ୍ଡାଇ ହେଉଥିଲେ ଏହି ତେଲରେ ମସାଜ କରନ୍ତୁ । ଏହା ସବୁ ପ୍ରକାର ଚର୍ମ ପାଇଁ ଉପଯୋଗୀ ହେଉଥିବା ବେଳେ ସେନସିଟିଭ ସ୍କିନ ପାଇଁ ବେଶୀ ଲାଭଦାୟକ ହୋଇଥାଏ ।


ଜଡ଼ା ତେଲ: ଏହି ତେଲକୁ କେଶର କଣ୍ଡିସନରିଂ ପାଇଁ ବ୍ୟବହାର କରିପାରିବେ । ଏହା ସହ ଯେଉଁ କେଶ ଗୁଡ଼ିକ ଖରା ସଂସ୍ପର୍ଶରେ ଆସି ଖଇରିଆ ରଙ୍ଗ ପଡ଼ିଯାଇଥାଏ, ତାହାକୁ କଳା କରିଥାଏ । ଏହି ତେଲକୁ ଆଖି ପତା ଓ ଆଖିର ଭ୍ରୁଲତାକୁ ଗାଢ଼ ରଙ୍ଗ କରିବା ସହ ଅଧିକ ଘନ ମଧ୍ୟ କରାଏ । ଆଖିପତା ପାଇଁ ଦିନ ସମୟରେ ଏକ ତୁଳାରେ କିଛି ଜଡ଼ା ତେଲ ନେଇ ପତାରେ ଲଗାଇ ଛାଡ଼ିଦେବେ, କିନ୍ତୁ ଏହାକୁ ଭୁଲରେ ବି ରାତିରେ ଲଗାଇ ଶୋଇବେ ନାହିଁ ।

Get real time updates directly on you device, subscribe now.