ପୁଣି କମାଲ କଲେ ଗଞ୍ଜାମ ଝିଅ ସ୍ମିତାରାଣୀ, ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ଥର ହାସଲ କଲେ ରନର୍ସ ଅଫ୍‌ ଟାଇଟଲ୍‌

ଛତ୍ରପୁର (ଭାସ୍କର ନ୍ୟୁଜ୍‌) : ସୁନ୍ଦରୀ ପ୍ରତିଯୋଗିତାରେ ପୁଣି କମାଲ ଦେଖାଇଛନ୍ତି ଗଂଜାମର ଝିଅ ସ୍ମିତାରାଣୀ । ଗଂଜାମ ଜିଲ୍ଲାସ୍ତରୀୟ ସୁନ୍ଦରି ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅଫ ଟାଇଟଲ ହାସଲ କରିଛନ୍ତି । ଗଞ୍ଜାମ ସାବୁଳିଆ ଗ୍ରାମର ମହାବୀର କାଜୁ ପ୍ରୋସେସିଂର ମାଲିକ ତଥା ବିଶିଷ୍ଟ କାଜୁ ବ୍ୟବସାୟୀ ପ୍ରକାଶ ଚନ୍ଦ୍ର ପଣ୍ଡା ଓ ପ୍ରୋପାଇଟର ମିନାରାଣୀ ପଣ୍ଡାଙ୍କ ଝିଅ ସ୍ମିତାରାଣୀ ପଣ୍ଡା । ଟୁଇଙ୍କଲ ଫେସନ ଏକାଡେମି ପକ୍ଷରୁ ବ୍ରହ୍ମପୁର ଇଞ୍ଜିନିୟର ସ୍କୁଲ ଗ୍ରାଉଣ୍ଡ ପଡ଼ିଆରେ ଆୟୋଜିତ ମିସ, ମିସେସ, ଓ ମିଷ୍ଟର ସୁନ୍ଦର ପ୍ରତିଯୋଗିତାରେ ଟୁଇଁକଲ ଗମାଙ୍ଗଙ୍କ ତତ୍ତ୍ୱାବଧାନରେ ବିଚାରକ ଭାବେ ମଡେଲ ମଧୁସାଇନ, ମଡେଲ , ଅଭିନେତ୍ରୀ ରାମେଶ୍ୱରି ନନ୍ଦ, ଅଭିନେତ୍ରୀ ସୂର୍ଯ୍ୟମୟି, ଫେସନ କୋରିୟଗ୍ରାଫର ଭାବେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ସ୍ମିତାରାଣୀ ପଣ୍ଡା ଭାଗ ନେଇ ନିଜର ପ୍ରତିଭା ଓ ଇଂରେଜୀ ଓଜସ୍ୱନୀ ବକ୍ତବ୍ୟ ରଖି ବିଚାରକ, ଦର୍ଶକଙ୍କ ହୃଦୟ ଜିତିବା ସହ ପ୍ରଥମ ରନର୍ସ ଅଫ ହାସଲ କରିଥିଲେ । ଯାହା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସ୍ମିତା ବର୍ତ୍ତମାନ ଗଞ୍ଜାମ ସ୍ଥିତ ଜୟଶ୍ରୀ ଇଂରାଜୀ ମିଡ଼ିୟମ୍‌ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ ରତ । ପୂର୍ବରୁ ସେ ରାଜ୍ୟ ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା, ରଜ କୁଇନ, ଷ୍ଟାରନାଇଟ ପ୍ରଡକ୍ସନରେ ଭାଗ ନେଇ ନିଜ ପ୍ରତିଭାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କ୍ରୀଡାକ୍ଷେତ୍ରରେ ବି ରାଜ୍ୟସ୍ତରୀୟ ଚମ୍ପିୟାନ ହୋଇଥିବା ବେଳେ ଜଣେ ଆଙ୍କର ଭାବେ ବେଶ ଜଣାଶୁଣା ।