fbpx

ରାଜଧାନୀରେ ଅନୁଷ୍ଠିତ ହେବ ‘ଓଡ଼ିଶା କୁଇନ’ ସୁନ୍ଦରୀ ପ୍ରତିଯୋଗିତା: ଯୋଗଦେବେ ବଲିଉଡ୍ ଅଭିନେତ୍ରୀ, ଭୁବନେଶ୍ୱରରେ ଅଡିସନ୍ ୫ରେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଇଚ୍ଛୁକ ଥିବା ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଭୁବନେଶ୍ୱର ଠାରେ ଆର.ଆର ଇଭେଣ୍ଟ ପକ୍ଷରୁ ‘ଓଡ଼ିଶା କୁଇନ’ ସୁନ୍ଦରୀ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ । ଓଡ଼ିଶା କୁଇନର ଚତୁର୍ଥ ସଂସ୍କରଣ ଭୁବନେଶ୍ୱରସ୍ଥିତ ରେଳବାଇ ଅଡିଟୋରିଉମ ଠାରେ ଜୁଲାଇ ମାସ ୨୦ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ବଲିଉଡ଼ ସୁନ୍ଦରୀ ଅଭିନେତ୍ରୀ ମଲାଇକା ଅରୋରା ମୁଖ୍ୟଅତିଥି ଭାବେ ଯୋଗଦେବା ସହ ବିଜେତାଙ୍କୁ ମୁକୁଟ ପିନ୍ଧାଇବେ । ଏ ବାବଦରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ତା’ ପୂର୍ବରୁ ଓଡିଶାର ବିଭିନ୍ନ ଅଂଚଳରେ ପ୍ରତିଯୋଗୀମାନଙ୍କ ପାଇଁ ଅଡିସନ ଅନୁଷ୍ଠିତ ହେବ । ବ୍ରହ୍ମପୁରରେ ଜୁନ ୧୯ ତାରିଖ, ବାଲେଶ୍ୱରରେ ଜୁନ ୨୨ ତାରିଖ, ରାଉରକେଲାରେ ଜୁନ ୨୮ ତାରିଖ, ସମ୍ବଲପୁରରେ ଜୁନ ୩୦ ତାରିଖ, କଟକରେ ଜୁଲାଇ ୩ ତାରିଖ ଏବଂ ଭୁବନେଶ୍ୱର ଠାରେ ଜୁଲାଇ ୫ ତାରିଖ ଦିନ ଅଡିସନ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ୧୮ ରୁ ୨୮ ବର୍ଷ ପର୍ଯ୍ୟନ୍ତ ଯୁବତୀମାନେ ଅଂଶଗ୍ରହଣ କରିପାରିବେ । ବିଭିନ୍ନ ପର୍ୟାୟରେ ପ୍ରତିଯୋଗିତା ହେବ ପରେ ସର୍ବଶ୍ରେଷ୍ଠ ୨୦ ଜଣ ପ୍ରତିଯୋଗୀ ଫାଇନାଲ ମଞ୍ଚରେ ପ୍ରବେଶ କରିବେ ଏବଂ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ‘ଓଡ଼ିଶା କୁଇନ’ ଭାବେ ମନୋନୀତ କରାଯିବ ।

Get real time updates directly on you device, subscribe now.