୭ ବର୍ଷର ସରକାରୀ ପ୍ରୋଜେକ୍ଟକୁ ୨ ଦିନରେ ସାରିଲେ ଓଧ, ଜାଣନ୍ତୁ କେଉଁଠିକାର ଏ ଘଟଣା
ଓଧ କରିଦେଲେ ପ୍ରୋଜେକ୍ଟ କାମ ଶେଷ । ସରକାଣଙ୍କ ରହିଗଲା ଟଙ୍କା ।
ଚେକ୍ ରିପବ୍ଲିକ୍: ଯାହା ମଣିଷ କରିପାରୁ ନ ଥିଲେ ତାହାକୁ କଥା କହିପାରୁ ନ ଥିବା ଓଧ କରି ଦେଖାଇଛନ୍ତି । ଆଶ୍ଚର୍ୟ୍ୟ ଲାଗିଲେ ମଧ୍ୟ ଏ ଘଟଣା ସତ । ଘଟଣା ଘଟିଛି ୟୁରୋପର ଚେକ୍ ରିପବ୍ଲିକରେ ।
ସରକାର ଡ୍ୟାମ୍ କରିବା ପାଇଁ ୭ ବର୍ଷରୁ ଅଧିକ ଦିନ ଲଗାଇ ଦେଇଥିଲେ କିନ୍ତୁ ଡ୍ୟାମ୍ ନିର୍ମାଣ ଆରମ୍ଭ ହୋଇପାରି ନ ଥିବାବେଳେ ସେଠାକାର ଓଧ ଏ ଦାୟିତ୍ୱ ନିଜ ହାତକୁ ନେଇ ମାତ୍ର ୨ ଦିନରେ ଡ୍ୟାମ୍ ତିଆରି କରି ଦେଖାଇଛନ୍ତି ।
ଚେକ୍ ରିପବ୍ଲିକର ବିରଡି ରେଜିଅନ୍ର ଏ ଘଟଣା । ଏ ଡ୍ୟାମକୁ ତିଆରି କରିବାରେ ୮ ଓଧଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଏକ ରେଡିଓ ପ୍ରୋଗ୍ରାମରେ କହିଛନ୍ତି ଜାରୋସ୍ଲଭ ଓବରମେଜର ବରିଷ୍ଠ ବୋହେମିଆନ୍ ଅଫିସର ।
ଭୂମିକୁ ନେଇ ବିବାଦ ଲାଗି ରହିଥିବା କାରଣରୁ ସେ ସ୍ଥାନରେ ଡ୍ୟାମ୍ ତିଆରି କରିବା ସରକାରଙ୍କ ପାଇଁ ଅସମ୍ଭବ ପ୍ରାୟ ହୋଇଯାଇଥିଲା । କିନ୍ତୁ ଏହା ଓଧ ପାଇଁ ସମ୍ଭବ ଥିଲା । କାରଣ ସେମାନେ ଏହି ଜାଶୟରୁ ଖାଦ୍ୟ ସଂଗ୍ରହ କରି ଭୋକ ପୂରା କରୁଥିଲେ ।
ଆଖପାଖରେ ପଡ଼ିଥିବା କୁଟା, ଛୋଟ ଡାଳରେ ଓଧମାନେ ଏହି ଡ୍ୟାମ ତିଆରି କରି ପାଣିକୁ ରୋକି ରଖିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା ସରଙ୍କାରଙ୍କ ରାଜକୋଶରୁ ୧୦ କୋଟି ଟଙ୍କା ମଧ୍ୟ ଖର୍ଚ୍ଚରୁ ବଞ୍ଚିଯାଇଥିବା