ପାର୍ଟନର ଚୟନ ପୂର୍ବରୁ ପରଖି ନିଅନ୍ତୁ: ରହିଛି ତ ଏହି ୫ ଗୁଣ

ଚାଣକ୍ୟଙ୍କ ନୀତି ଜୀବନକୁ ସରଳ ଓ ସହଜ କରିଥାଏ । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିଥିଲେ । ସେବେଠୁ ଲୋକେ ତାଙ୍କ ନୀତିକୁ ଅନୁସରଣ କରିଥାନ୍ତି । ତାଙ୍କ ନୀତି ଅନୁସାରେ ଏପରି ଝିଅ ଠିକ କରବା ଉଚିତ୍ ।
୧-ଶାରୀରିକ ଗୁଣ: ଚାଣକ୍ୟ କୁହନ୍ତି  କେବେବି ଶାରୀରିକ ଆକର୍ଷଣ ହେବା ଉଚିତ୍ ନୁହେଁ । ପ୍ରାୟତଃ ପୁଅମାନେ ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦେଖିଥାନ୍ତି ଓ ଗୁଣକୁ ଅଣଦେଖା କରିଥାନ୍ତି । ଯେଉଁମାନେ ଏଭଳି କରନ୍ତି ସେମାନେ ବୈବାହିକ ଜୀବନରେ ସର୍ବଦା ଦୁଃଖ ପାଇଥାନ୍ତି ।
୨- ସମ୍ଭ୍ରାନ୍ତ ପରିବାର ଝଅଙ୍କୁ ବିବାହ କର: ଚାଣକ୍ୟ ନୀତି ଅନୁସାରେ ସମ୍ଭ୍ରାନ୍ତ ପରିବାରର ଝିଅକୁ ବିବାହ କରିବା ଉଚିତ୍ । ନିମ୍ନ ଜାତିର ଝିଅଙ୍କ ସୌନ୍ଦର୍ଯ୍ୟ ଦେଖି ଗୁଣକୁ ବାଦ୍ ଦେଇ ବିବାହ କରିବା ଉଚିତ୍ ନୁହେଁ ।
୩- ଧୈର୍ଯ୍ୟବାନ : ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ଧର୍ଯ୍ୟବାନ, ସେ ସବୁପ୍ରକାର ପରିସ୍ଥିତିକୁ ସମ୍ଭାଳି ପାରିବେ । ଏଣୁ ସର୍ବଦା ଧର୍ଯ୍ୟବାନ ଝିଅଙ୍କୁ ବିବାହ ପାଇଁ ବାଛନ୍ତୁ ।
୪-ପ୍ରକୃତି ପରଖି ନିୟନ୍ତୁ: ଚାଣକ୍ୟଙ୍କ ନୀତି ଅନୁଯାୟୀ, ଜଣେ ନିଜ ପାଇଁ ରାଗି ସ୍ୱଭାବର ଝିଅ ବାଛନ୍ତୁ ନାହିଁ । କାରଣ କ୍ରୋଧିତ ଲୋକମାନେ ସେମାନଙ୍କ ଆଖପାଖରେ ଥିବା ସୁଖକୁ ଅଣଦେଖା କରନ୍ତି । ରାଗି ଝିଅଙ୍କୁ ବିବାହ କଲେ ସୁଖୀ ଜୀବନ କଳ୍ପନା କରିବା ବୃଥା ଅଟେ । ସଫଳ ଦାମ୍ପତ୍ୟ ଜୀବନ ପାଇଁ ଜୀବନ ସାଥି ଶାନ୍ତ ସ୍ୱଭାବର ହେବା ଉଚିତ୍ ବୋଲି ସେ କହିଛନ୍ତି ।
୫-ସଂସ୍କାର: ଚାଣକ୍ୟଙ୍କ ମତ ଅନୁସାରେ , ଜୀବନସାଥି ସଂସ୍କାରୀ ହେବା ଆବଶ୍ୟକ । ଏହା ଛଡା ଧର୍ମ ବିଷୟରେ ତାଙ୍କର ଜ୍ଞାନ ଥିବା ଜରୁରୀ ଅଟେ ।