fbpx

ପୁଣି ବଦଳିଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍ ବଟମ୍’ ରିଲିଜ୍ ତାରିଖ, ଜାଣନ୍ତୁ କେବେ ଆସିବ ପରଦାକୁ

ମୁମ୍ବାଇ: କରୋନା କାଳରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଅନେକ କ୍ଷତି ସହିଛି । ଅନେକ ବଡ଼ ବଡ଼ ଷ୍ଟାଟର୍ ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି । ଏହା ମଧ୍ୟରେ ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କ ଅନେକ ଫିଲ୍ମ ସୁଟିଂ ସରିଥିଲେ ବି ରିଲିଜ୍ ହୋଇପାରିନାହିଁ । ଏହା ମଧ୍ୟରେ ଅକ୍ଷୟଙ୍କ ମଲ୍ଟି ଷ୍ଟାଟର୍ ଫିଲ୍ମ “ବେଲ୍ ବଟମ୍” ରିଲିଜ୍ ତାରିଖ ପୁଣି ବଦଳି ଯାଇଛି । ଏବେ ଆଉ ଏକ ନୂଆ ତାରିଖ ଘୋଷଣା ହୋଇଛି ।

କିଛି ଦିନ ତଳେ ଅକ୍ଷୟ କୁମାର ସୋସିଆଲ୍ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ ଯେ, ଜୁଲାଇ ୨୭ ତାରିଖରେ “ବେଲ୍ ବଟମ୍” ରିଲିଜ୍ ହେବାର ଥିଲା । କିନ୍ତୁ ଏହା ହୋଇପାରିଲା ନାହିଁ । ତେଣୁ ଏବେ ଅଗଷ୍ଟ ୧୯ ତାରିଖରେ ଏହାକୁ ରିଲିଜ୍ କରାଯିବ । ଏନେଇ ସେ ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଅକ୍ଷୟ କୁମାର ଏବେ “ଅତରଙ୍ଗୀ ରେ” ଫିଲ୍ମର ସୁଟିଂ ଶେଷ କରିସାରିଛନ୍ତି ଏବଂ “ରାମ ସେତୁ” ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । “ଅତରଙ୍ଗୀ ରେ” ଫିଲ୍ମରେ ସାରା ଅଲୀ ଖାନ୍ ଓ ଧନୁଷ ନଜର ଆସିବେ । ଏହାବ୍ୟତୀତ “ସୁର୍ଯ୍ୟବଂଶୀ” ବି ରିଲିଜ୍ ଅପେକ୍ଷାରେ ରହିଛି । ଖାଲି ସେତିକି ନୂହେଁ ଅକ୍ଷୟ କୁମାରଙ୍କ ପାଖରେ “ପୃଥ୍ୱୀରାଜ୍”, “ପାଣ୍ଡେ ଜୀ”, “ରକ୍ଷା ବନ୍ଧନ” ଭଳି ଫିଲ୍ମ ରହିଛି ।

 

Get real time updates directly on you device, subscribe now.