fbpx

ସକାଳୁ ଖାଲି ପେଟରେ ଚୋବାନ୍ତୁ ୪ରୁ୫ଟି ଭୃସଙ୍ଗ ପତ୍ର, ତ୍ୱଚାଠାରୁ ପେଟ ପର୍ଯ୍ୟନ୍ତ ଦୂର ହୋଇଯିବ ସମସ୍ତ ରୋଗ

ଓଡ଼ିଶା ଭାସ୍କର: ଭୃସଙ୍ଗ ପତ୍ର କୌଣସି ଆୟୁର୍ବେଦିକ ଔଷଧଠାରୁ କମ ନୁହେଁ। ଏଥିରେ ଭିଟାମିନ ସି, ମ୍ୟାଗ୍ନେସିୟମ, ଆଇରନ, କପର, କ୍ୟାଲସିୟମ, ଫସଫରସ, ଫାଇବର ଏବଂ କାର୍ବୋହାଇଡ୍ରେଟ ଭଳି ଗୁରୁତ୍ୱପୂର୍ଣ୍ଣ ନ୍ୟୁଟ୍ରିସନ ମିଳିଥାଏ। ଆପଣ ଦେଖିଥିବେ ଯେ, ଦକ୍ଷିଣ ଭାରତରେ ଅଧିକାଂଶ ଆଇଟମରେ ଏହି ପତ୍ରକୁ ବ୍ୟବହାର କରାଯାଇଥାଏ। ଏହା ସ୍ୱାଦ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀତା। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଆମେ ପ୍ରତିଦିନ ସକାଳୁ ଖାଲି ପେଟରେ ୪ରୁ ୫ଟି ଭୃସଙ୍ଗ ପତ୍ର ଚୋବାଇବାକୁ ପରାମର୍ଶ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା..

ନିୟନ୍ତ୍ରଣ ରହିବ ଡାଇବେଟିସ: ଡାଇବେଟିସ ବା ମଧୁମେହ ରୋଗୀ ସକାଳୁ ଉଠି ଭୃସଙ୍ଗ ପତ୍ର ଚୋବାଇବା ନିହାତି ଆବଶ୍ୟକ। ଏଥିରେ ବ୍ଲଡ ସୁଗାର କଣ୍ଟ୍ରୋଲ ହୋଇଥାଏ। ଆପଣ ଭୃସଙ୍ଗ ପତ୍ରକୁ ଖରାରେ ଶୁଖାଇ ଏକ ପାଉଡର ପ୍ରସ୍ତୁତ କରି ସେବନ କରିପାରିବେ।

ମୋଟାପା ହେବ ଦୂର:ଯେଉଁ ଲୋକେ ନିଜର ବଢୁଥିବା ଓଜନକୁ ନେଇ ଚିନ୍ତାରେ ଅଛନ୍ତି, ସେମାନଙ୍କ ପାଇଁ ଭୃସଙ୍ଗ ପତ୍ର ଲାଭଦାୟକ ରହିବ। ସକାଳୁ ଉଠିବା ପରେ ଏହାକୁ ଚୋବାଇବା ଦ୍ୱାରା ବଡି ଡିଟକ୍ସ ହେବା ସହ ମେଟାବଲିଜିମ ମଧ୍ୟ ବୁଷ୍ଟ ହେବ। ଏହାର କାରଣ ଓଜନ ହ୍ରାସ ପାଇବ।

ତ୍ୱଚା ସମସ୍ୟା ଦୂର ହେବ: ଭୃସଙ୍ଗ ପତ୍ର ସେବନ ତ୍ୱଚାର ସମସ୍ତ ସମସ୍ୟାରୁ ମୁକ୍ତି ମିଳିପାରେ। ଏହାକୁ ଚୋବାଇବାରେ ଅନେକ ଲାଭ ମିଳିଥାଏ। ବ୍ରଣ ବାହାରିଥିବା ସ୍ଥାନରେ ଭୃସଙ୍ଗ ପତ୍ର ପେଷ୍ଟକୁ ଲଗାଇବା ଦ୍ୱାରା ଏହାର ସମାଧାନ ହୋଇଥାଏ।

ପେଟ ସମସ୍ୟା ଦୂର ହୋଇଥାଏ: ପେଟ ସମସ୍ୟା ପାଇଁ ଆପଣ ଭୃସଙ୍ଗ ପତ୍ରକୁ ପାଣିରେ ଫୁଟାନ୍ତୁ, ଏହା ଫୁଟି ଫୁଟି ଅଧା ହୋଇଗଲେ, ଏହାକୁ ଛାଣି ପିଅନ୍ତୁ। ଏହା କରିବା ଦ୍ୱାରା ପେଟର ସମସ୍ତ ସମସ୍ୟା ଦୂର ହୋଇଯିବ।

Get real time updates directly on you device, subscribe now.