fbpx
BSKY
BJD YOUTH SKY
BJD MS SKY

ସେକ୍ସ କଲେ ମିଳିଥାଏ ଏହିସବୁ ଫାଇଦା, ଅଧିକ ବର୍ଷ ବଞ୍ଚିବା ସହ ରହିବେ ସର୍ବଦା ସୁସ୍ଥ

ମଣିଷ ଜନ୍ମ ହୋଇଛି ମାନେ ବୃଦ୍ଧାବସ୍ଥା ଆସିବା ସ୍ୱାଭାବିକ । ମଣିଷର ବୟସ ଉପରେ କାହାର ନିୟନ୍ତ୍ରଣ ନଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ଉପଯୁକ୍ତ ଖାଦ୍ୟପେୟ, ବ୍ୟାୟାମ ଆଦି ନିୟମିତ ଠିକଭାବେ କରିବା ଦ୍ୱାରା ଆପଣଙ୍କ ବୟସ କିଛି ବର୍ଷ ବୃଦ୍ଧି ଘଟିପାରେ । ତେବେ ଶାରୀରିକ ସମ୍ପର୍କ ଦ୍ୱାରା ମଣିଷର ବୟସ ମଧ୍ୟ ବୃଦ୍ଧି ହୋଇପାରିବ ବୋଲି ନିକଟରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ବିଶେଷଜ୍ଞଙ୍କ ମତରେ ଶାରୀରିକ ସମ୍ପର୍କ ଦ୍ୱାରା ଅନେକ ଗୁରୁତର ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମିଥାଏ । ଏହା ଶାରୀରିକ ସନ୍ତୁଷ୍ଟି ପ୍ରଦାନ କରିବା ସହ ମଣିଷର ମନୋବଳକୁ ଦୃଢ଼ କରିଥାଏ । ଏହାଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ରକ୍ତଚାପ, ହୃଦରୋଗ ଆଦିରୁ ରକ୍ଷା ମିଳିଥାଏ ।

ସେକ୍ସ କରିବା ଫଳରେ ମଣିଷ ଦୀର୍ଘାୟୁ ହେବାର ସମ୍ଭାବନା ବଢ଼ିଥାଏ । ଏହା ଉପରେ ବହୁ ପୂର୍ବରୁ ଗବେଷଣା କରାଯାଇ ଏହା ପ୍ରମାଣିତ ହୋଇସାରିଛି । ଯେଉଁ ପୁରୁଷମାନେ କମ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି, ସେମାନେ ବେଶୀ ମାତ୍ରାରେ ହୃଦରୋଗ ସହ ଇରେକ୍ଟାଇଲ ଡିସଫଙ୍କସନରେ ଆକ୍ରାନ୍ତ ହୋଇଥାନ୍ତି ।

ଶାରୀରିକ ସମ୍ପର୍କ ଦ୍ୱାରା ହାର୍ଟ ଆଟାକ ଆସିବା ପରେ ବଞ୍ଚିବାର ସମ୍ଭାବନା ବଢ଼ି ଯାଇଥାଏ । ପ୍ରତି ସପ୍ତାହରେ ଅଧିକ ଥର ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ଲୋକଙ୍କୁ ଅନ୍ୟମାନଙ୍କ ଅପେକ୍ଷା ହୃଦଘାତ ହେବାର କମ ଆଶଙ୍କା ରହିଥାଏ ।

ସେକ୍ସ ପରେ ହରମୋନ କ୍ଷରଣ କାରଣରୁ ଶରୀରକୁ ଆରାମ ଲାଗିବା ସହ ସୁନିଦ୍ରା ଆସିଥାଏ । ଫଳରେ ଶରୀର ଉପରେ ଏହାର ସୁପ୍ରଭାବ ଦେଖିବାକୁ ମିଳିଥାଏ । ବିଭିନ୍ନ ରୋଗର ଆଶଙ୍କା ଦୂର ହୋଇଥାଏ । ଶାରୀରିକ ସମ୍ପର୍କ ମାନସିକ ଚାପକୁ ମଧ୍ୟ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେଉଁ ମହିଳାମାନେ ବୃଦ୍ଧାବସ୍ଥାରେ ସେକ୍ସ କରନ୍ତି, ସେମାନଙ୍କର ଜ୍ଞାନଶକ୍ତି ଅନ୍ୟମାନଙ୍କ ଅପେକ୍ଷା ଅଧିକ ସକ୍ରିୟ ରହିଥାଏ । ଏହା ଦ୍ୱାରା ଆପଣଙ୍କର ମସ୍କିଷ୍କର କାର୍ଯ୍ୟକ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ବୋଲି କୁହାଯାଉଛି ।

ଶାରୀରିକ ସମ୍ପର୍କ ଦ୍ୱାରା ଦମ୍ପତ୍ତିମାନେ ରିଲେସନସିପରେ ଖୁସିରେ ରହିଥାନ୍ତି । ଦୀର୍ଘବର୍ଷ ଧରି ଏକାଠି ରହୁଥିବା ଦମ୍ପତ୍ତିଙ୍କୁ ମାନସିକ ଓ ଶାରୀରିକ କ୍ଷେତ୍ରରେ ବାନ୍ଧି ରଖିବାରେ ଏହା ସହାୟକ ହୋଇଥାଏ ।

Get real time updates directly on you device, subscribe now.