CHARIDHAM

ଏହି ସମସ୍ୟା ଦୂର କରେ ପାଳଙ୍ଗ ଜୁସ୍‌, ଜାଣନ୍ତୁ

ସବୁ ଶାଗ ଦେହ ପାଇଁ ହିତକର ହୋଇଥାଏ। ସେହିପରି ପାଳଙ୍ଗ ମଧ୍ୟ ଆମ ଶରୀର ପାଇଁ ଖୁବ୍‌ ଉପକାରୀ। ପାଳଙ୍ଗର  ଜୁସ୍‌ ପିଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ। ପାଳଙ୍ଗ ରସରେ ଭିଟାମିନ ଏ, ସି, ଇ, କେ ଓ ବି କମ୍ପ୍ଲେକ୍ସ ଭରପୂର ମାତ୍ରାରେ ରହିଛି। ଏହା ଛଡ଼ା ଏଥିରେ କେରୋଟିନ, ଆଇରନ୍, କ୍ୟାଲ୍‌ସିୟମ୍, ମ୍ୟାଗ୍‌ନେସିୟମ୍, ପୋଟାସିୟମ୍‌, ସୋଡିୟମ୍, ଫସ୍‌ଫରସ ଏବଂ ଆବଶ୍ୟକୀୟ ଆମିନୋ ଏସିଡ୍‌ ରହିଛି । ତେବେ ଆସନ୍ତୁ ଜାଣିବା ପାଳଙ୍ଗ ଜୁସ୍ ପିଇଲେ କେଉଁ  ସବୁ ଫାଇଦା ମିଳିିିଥାଏ।

କୋଷ୍ଠକାଠିନ୍ୟ ପରି ସମସ୍ୟା ଥିଲେ  ଆପଣ ପାଳଙ୍ଗ ଜୁସ୍‌ ପିଇବା ଆରମ୍ଭ କରିଦିଅନ୍ତୁ ଦେଖିବେ ଏହା  ଲାଭଦାୟକ ହେବ।

ପାଳଙ୍ଗ ଜୁସ୍‌ ନିୟମିତ ପିଇଲେ ହାଡ଼ ମଜଭୁତ ରହିଥାଏ।

ପାଳଙ୍ଗ ଜୁସ୍‌ ପିଇବା ଦ୍ୱାରା ତ୍ୱଚା ସମ୍ୱନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ତ୍ୱଚା ଦିନକୁ ଦିନ ଉଜ୍ୱଳ ହେବାରେ ଲାଗିଥାଏ।

ପାଳଙ୍ଗ ଖାଇଲେ ଆମର  ଦୃଷ୍ଟି ଶକ୍ତି ବଢ଼ିଥାଏ। ଏହାସହ ପାଳଙ୍ଗ ଜୁସ୍‌ ପିଇଲେ ହଜମ କ୍ରିୟାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।