fbpx
BSKY SKY
BSKY SKY

ସରକାରଙ୍କ ଏହି ସ୍କିମ୍ ଆପଣଙ୍କୁ କରିଦେବ ମାଲାମାଲ, ବାର୍ଷିକ ମାତ୍ର ୫୦୦ ଟଙ୍କା ନିବେଶ କରି ୧୫ ବର୍ଷରେ ପାଆନ୍ତୁ ଏତିକି ଅର୍ଥରାଶି

BSKY

ନୂଆଦିଲ୍ଲୀ: ଆପଣଙ୍କ ପଇସା ସୁରକ୍ଷିତ ରହିବ ଓ ତାହା ଉପରେ ଜବରଦସ୍ତ ସୁଧ ବି ମିଳିବ । ଏହି ଦୁଇ ସୁବିଧା ଆପଣଙ୍କୁ ଗୋଟିଏ ସରକାରୀ ସ୍କିମ୍‌ରେ ମିଳିଯିବ ଯାହାର ନାମ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ(PPF) । ଏହା ଦେଶର ସବୁଠାରୁ ଲୋକପ୍ରିୟ ସ୍ମଲ ସେଭିଂ ସ୍କିମ୍ ମଧ୍ୟରୁ ଅନ୍ୟତମ । ଲୋକମାନେ ଆଖିବୁଜି PPF ରେ ପଇସା ନିବେଶ କରିଥାନ୍ତି । ଏଥିରେ ନିବେଶ କରିବା ଦ୍ୱାରା ଆପଣଙ୍କ ଗୋଟିଏ ପଇସା ବି ବୁଡିବ ନାହିଁ । କାରଣ କେନ୍ଦ୍ର ସରକାର ଏହି ଯୋଜନାର ଗ୍ୟାରେଣ୍ଟି ନେଇଥାନ୍ତି ।

ଏହି ସରକାରୀ ଯୋଜନାରେ ଆପଣ ବାର୍ଷିକ ଅତି କମ୍‌ରେ ୫୦୦ଟଙ୍କା ନିବେଶ କରିପାରିବେ ଓ ଅଧିକତମ ୧.୫ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ । ଆପଣ ଏହି ରାଶି ଏକାଥରକେ କିମ୍ବା କିସ୍ତିରେ ଜମା କରି ପାରିବେ । ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ରେ ଏଫଡି ତୁଳନାରେ ପିପିଏଫ୍‌ରେ ଅଧିକ ସୁଧ ମିଳିଥାଏ । ପିପିଏଫ୍‌ରେ ସରକାର ବାର୍ଷିକ ୭.୧% ସୁଧ ଦେଉଛନ୍ତି । ଏହା ଉପରେ ନିବେଶ କରିବା ଦ୍ୱାରା ଚକ୍ରବୃଦ୍ଧି ସୁଧ ମିଳିଥାଏ, ଯାହା ବାର୍ଷିକ ଆଧାରରେ ଆକଳନ ହୋଇଥାଏ । ପ୍ରତିବର୍ଷ ମାର୍ଚ୍ଚରେ ସୁଧ ପ୍ରଦାନ କରାଯାଏ । ପ୍ରତି ୩ମାସରେ କିମ୍ବା ତ୍ରୈମାସ ଆଧାରରେ ସୁଧ ହାରର ସମୀକ୍ଷା କରାଯାଇଥାଏ । ସୁଧ ହାରକୁ ନେଇ ଶେଷ ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟ ନେଇଥାଏ ।

ଏହା ବ୍ୟତିତ ପିପିଏଫ୍ ଉପରେ ଟିକସ ଛାଡର ଫାଇଦା ମିଳିଥାଏ । ଏଣୁ ଏହା ଚାକିରିଜୀବୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ପିପିଏଫ୍‌ରେ ପଇସା ଜମା କରି ଆପଣ ଭଲ ସୁଧ ସହ ଟିକସ ଛାଡ ବି ପାଇପାରିବେ । ଏହି ସ୍କିମ୍‌ରେ ଆପଣଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ହେବ । ଏହି ସ୍କିମ୍‌ରେ ମାଚ୍ୟୁରିଟି ପିରିୟଡ ୧୫ ବର୍ଷ ହେଲେ ବି ଅତି ଜରୁରୀ ସମୟରେ ଆପଣ ୫୦% ଜମା ରାଶି ଉଠାଇ ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କ ଖାତା ଖୋଲିବାର ୬ ବର୍ଷ ପୂରଣ ହୋଇଥିବା ଉଚିତ । ଏହା ବ୍ୟତିତ ଆପଣ ଏହି ଜମା ରାଶି ଉପରେ ଲୋନ୍ ବି ନେଇପାରିବେ । ଏହି ସୁବିଧା ଆକାଉଣ୍ଟ ଖୋଲିବାର ୩ ବର୍ଷରୁ ୬ ବର୍ଷ ମଧ୍ୟରେ ଉପଲବ୍ଧ । ଏହି PPF ଖାତା ଆପଣ ସମସ୍ତ ପୋଷ୍ଟଅଫିସ୍ ସହିତ ଦେଶର ସମସ୍ତ ସରକାରୀ ଓ ପ୍ରାଇଭେଟ୍ ବ୍ୟାଙ୍କରେ ଖୋଲି ପାରିବେ ।

Get real time updates directly on you device, subscribe now.