fbpx

ଦେଶ ଦେଖିଲା ଲିଙ୍ଗଗତ ସମାନତାର ଭିନ୍ନ ଚିତ୍ର; ପ୍ରଥମ ଥର ପାଇଁ କିନ୍ନରଙ୍କୁ ମୃତ୍ୟୁ ଦଣ୍ଡାଦେଶ, ଦୁଷ୍କର୍ମ-ହତ୍ୟା ଭଳି ଥିଲା ମାମଲା

ମୁମ୍ବାଇ: ୩ ମାସର ନାବାଳିକାକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମୁମ୍ବାଇର ଏକ ଅଦାଲତ ଜଣେ କିନ୍ନରଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବୋଧହୁଏ ପ୍ରଥମ ଥର ପାଇଁ କୌଣସି ଅଦାଲତ ଜଣେ କିନ୍ନରଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଅତିରିକ୍ତ ସେସନ ଜଜ୍ ଏୟୁ କଦମ ଏହି ରାୟ ଶୁଣାଇଛନ୍ତି। ଜଜ୍ କଦମ ଏକ ନବଜାତ କନ୍ୟାକୁ ଦୁଷ୍କର୍ମ, ହତ୍ୟା ଏବଂ ଅପହରଣ ମାମଲାରେ କିନ୍ନରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୋଷୀ ବ୍ୟକ୍ତିଙ୍କୁ ଫାଶୀ ଦେବା ଉଚିତ ବୋଲି କହିଥିଲେ।

ଅଭିଯୋଗ ଅନୁଯାୟୀ, ୨୦୨୧ ଜୁଲାଇ ମାସରେ ୨୪ ବର୍ଷୀୟ ଅଭିଯୁକ୍ତ ନିକଟସ୍ଥ ଘରେ ରହୁଥିବା ନାବାଳିକାଙ୍କୁ ଅପହରଣ କରି ଯୌନ ନିର୍ଯାତନା ଦେବା ପରେ ହତ୍ୟା କରିଥିଲେ। ସୂଚନା ଅନୁସାରେ ଶିଶୁ ଜନ୍ମ ପରେ ପୀଡ଼ିତାଙ୍କ ପରିବାର ତାଙ୍କୁ ଅଭିଯୁକ୍ତ ଗୋଟିଏ ଶାଢ଼ି, ୧୧୦୦ ଟଙ୍କା ଏବଂ ଗୋଟିଏ ନଡ଼ିଆ ମାଗିଥିଲେ। ସେମାନେ ଦେଇ ନ ପାରିବାରୁ ସେ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ଜଣାପଡ଼ିଛି।

ଅଦାଲତ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ ପଡ଼ୋଶୀ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା, ଯାହାଫଳରେ କେହି ତାଙ୍କୁ ଉପହାର ଦେବାକୁ ମନା କରିବାକୁ ସାହସ କରିବେ ନାହିଁ। ସମ୍ପୂର୍ଣ୍ଣ ଅସୁରକ୍ଷିତ ପୀଡ଼ିତାଙ୍କ ଶରୀରରେ ଲାଗିଥିବା ଆଘାତ ଅତ୍ୟନ୍ତ ନିଷ୍ଠୁରତା ଏବଂ ଅବହେଳାକୁ ଦର୍ଶାଉଛି। କନ୍ୟା ସନ୍ତାନର ସୁରକ୍ଷା ସମାଜ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଅଭିଯୁକ୍ତମାନେ ଅପରାଧ ଘଟାଇବା ପାଇଁ ଆଗୁଆ ଯୋଜନା କରିଥିଲେ।

 

Get real time updates directly on you device, subscribe now.