fbpx
BSKY
BJD SHG SKY
BJD YOUTH SKY

‘ମୋ ଇସ୍ତଫା ଖବର ଗୁଜବ, ଆମ ସରକାର ଆହୁରି ଚାଲିବ ୫ ବର୍ଷ’: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜ ଇସ୍ତଫା ଖବରକୁ ଗୁଜବ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଇସ୍ତଫା ଦେଇନାହିଁ । ମୋର ଇସ୍ତଫା ଖବର ଗୁଜବ ଅଟେ । ଆମ ସରକାର ସ୍ଥିର ଏବଂ ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ । ଏହା ପୂର୍ବରୁ ଖବର ଆସିଥିଲା ଯେ, ପାର୍ଟୀରେ ଜାରି ରହିଥିବା ସଂକଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସୁଖୁ ଇସ୍ତଫା ଜାରି କରିଛନ୍ତି । ହିମାଚଳରେ କଂଗ୍ରେସ ଦଳକୁ ନେଇ ବର୍ତ୍ତମାନ ଜୋର ସୋରରେ ରାଜନୈତିକ ଉଥାନ-ପତନ ଦେଖାଦେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ଏବଂ ହିମାଚଳ ସରକାରରେ କେନ୍ଦ୍ରୀୟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ଇସ୍ତଫା ଦେଇଛନ୍ତି । ବିକ୍ରମାଦିତ୍ୟ ସିଂହ ଅଭିଯୋଗ କରିଛନ୍ତି ଯେ, ଦଳରେ ବିଧାୟକଙ୍କ କଥା ଶୁଣାଯାଉନାହିଁ ।

କଂଗ୍ରେସ ମହାସଚିବ ଜୟରାମ ରମେଶ ହିମାଚଳ ପ୍ରଦେଶର ପରିସ୍ଥିତିକୁ ନେଇ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପର୍ଯ୍ୟବେକ୍ଷକମାନଙ୍କୁ ସମସ୍ତ ବିଧାୟକଙ୍କ ସହ କଥା ହୋଇ ଶିଘ୍ର ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ହିମାଚଳ ପ୍ରଦେଶ ସରକାର ସମ୍ମୁଖୀନ ହୋଇଥିବା ସଂକଟ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ବୁଧବାର ଦିନ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡା ଏବଂ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ଶିମଲା ପଠାଇ ଦଳର ବିଧାୟକଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ଖୋଜିଛନ୍ତି ।

ବିଜେପିର ପ୍ରାର୍ଥୀ ହର୍ଷ ମହାଜନ କଂଗ୍ରେସର ବରିଷ୍ଠ ନେତା ଅଭିଶେକ ମନୁ ସିଂଘଭିଙ୍କୁ ହରାଇ ରାଜ୍ୟସଭା ସିଟରେ ବିଜୟ ହାସଲ କରିଛନ୍ତି । କଂଗ୍ରେସ ଏବଂ ବିଜେପି ଦୁଇ ପ୍ରାର୍ଥୀଙ୍କୁ ୩୪ ଖଣ୍ଡ ଭୋଟ ମିଳିଛି । ଯେଉଁଥିରୁ କଂଗ୍ରେସର ଛଅ ଜଣ ବିଧାୟକ ପାର୍ଟୀ ବିରୋଧରେ ଭୋଟ ଦେଇଛନ୍ତି । ଏହାପରେ ‘ଡ୍ର’ ମାଧ୍ୟମରେ ଫଳାଫଳ ଘୋଷଣା କରାଯାଇଛି ।

Get real time updates directly on you device, subscribe now.