fbpx
BJD
BJD SKY
BJD SKY

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ CBI ନୋଟିସ୍

ଲକ୍ଷ୍ନୌ: କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ସିବିଆଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଡକାଇଛି। ବେଆଇନ ଖଣି ମାମଲାରେ ସପା ମୁଖ୍ୟଙ୍କ ନିକଟକୁ ସମନ ପଠାଯାଇଛି। ଅଖିଳେଶଙ୍କୁ ସାକ୍ଷୀ ଭାବରେ ହାଜର ହେବାକୁ କୁହାଯାଇଛି । ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୨୯ରେ ପଚରାଉଚରା ପାଇଁ ସିବିଆଇ ଅଖିଳେଶଙ୍କୁ ଡାକିଛି। ନୋଟିସରେ କୁହାଯାଇଛି ଯେ ଏହାର ଉତ୍ତର ଦେବାକୁ ଅଖିଳେଶ ଯାଦବଙ୍କୁ ସିବିଆଇ ସମ୍ମୁଖରେ ହାଜର ହେବାକୁ ପଡ଼ିବ ।

ତେବେ ଏହାକୁ ନେଇ ଅଖିଳେଶ ଯାଦବ କହିଛନ୍ତି, ଗତ ନିର୍ବାଚନ ପୂର୍ବରୁ ମଧ୍ୟ ଏକ ନୋଟିସ୍‌ ଆସିଥିଲା ଏବଂ ଏହି ନିର୍ବାଚନରେ ମଧ୍ୟ ଏକ ନୋଟିସ୍‌ ଆସିଛି। ସିବିଆଇର ଏହି ନୋଟିସ୍‌ ଲୋକସଭା ନିର୍ବାଚନ ସହିତ ମଧ୍ୟ ଜଡିତ ଅଛି। ଅଖିଳେଶ ଯାଦବ ବାରମ୍ବାର କହୁଛନ୍ତି ଯେ, କଂଗ୍ରେସ ସରକାର ତାଙ୍କୁ ସିବିଆଇ କ୍ଲବରେ ରଖିଥିଲା ଏବଂ ବର୍ତ୍ତମାନ ଭାଜପା ମଧ୍ୟ ସମାନ କାର୍ୟ୍ୟ କରୁଛି।

ସୂଚନା ଥାଉକି, ୨୦୧୨-୨୦୧୬ ମଧ୍ୟରେ ହମିରପୁରରେ ବେଆଇନ ଖଣି ଖନନ ସମ୍ପର୍କିତ ଜାନୁଆରୀ ୨୦୧୯ ରେ ଦାଖଲ ହୋଇଥିବା ସିବିଆଇ ଏଫଆଇଆର ସଂପର୍କରେ ସମାଜବାଦୀ ପାର୍ଟି ମୁଖ୍ୟଙ୍କୁ ଡକାଯାଇଛି। ଜାନୁଆରୀ ୨୦୧୯ ରେ ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଅନ୍ୟମାନଙ୍କ ସମେତ ଅନେକ ଅଧିକାରୀଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଏଫଆଇଆରରେ ଅଭିଯୋଗ ହୋଇଛି ଯେ ସରକାରୀ କର୍ମଚାରୀମାନେ ହମିରପୁରରେ ଖଣିଜ ପଦାର୍ଥର ବେଆଇନ ଖଣି ଖନନ କରିବାକୁ ଅନୁମତି ଦେଇଛନ୍ତି।

Get real time updates directly on you device, subscribe now.