ଫଳବାଲାଙ୍କ ପଶୁ ପ୍ରେମ, ବିଲେଇ ପାଇଁ ସାରା ସହରରେ ବୁଲାଉଛନ୍ତି ପ୍ରଚାର ଗାଡ଼ି
ବିଲେଇକୁ ଖୋଜିଦେଲେ ମିଳିବ ୧୦ ହଜାରର ପୁରଷ୍କାର । ପାଳିତ ବିରାଡ଼ି ପଛରେ ଫଳ ବେପାରୀ ନିର୍ମଳ ଖର୍ଚ୍ଚ କରୁଛନ୍ତି ସବୁ ରୋଜଗାର ।
କୋଲକାତା: ପଶ୍ଚିମବଙ୍ଗ ନଦିଆର ଜଣେ ଫଳ ବିକାଳୀଙ୍କ ବିଲେଇ ପ୍ରେମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ପୋଷା ବିଲେଇକୁ ଖୋଜିବା ପାଇଁ ରାତିଦିନ ଏକ କରିଦେଇଛନ୍ତି , ଫଳ ବିକି ଗୁଜୁରାଣ ମେଣ୍ଟାଉଥିବା ନିର୍ମଳ ବିଶ୍ୱାସ ।
ନିଜ ପାଖରେ ପାଳିଥିବା ୪ ବର୍ଷର କଳାଧଳାରଙ୍ଗର ପୋଷା ବିଲେଇକୁ ଖୋଜୁଛନ୍ତି ନିର୍ମଳ । ଯେ ଆଜିକୁ ୧୫ ଦିନ ହେବ କେଉଁଆଡେ ଚାଲିଯାଇଛି , ଆଉ ଘରକୁ ଫେରିନାହିଁ । ଯାହାର ନାମ ହୁଲୋ ।
ହୁଲୋକୁ ଖୋଜିବା ପାଇଁ ବୀରନଗର ପୌରାଞ୍ଚଳରେ ଲାଉଡ୍ ସ୍ପିକର ଲଗେଇ ନିର୍ମାଣ ପ୍ରଚାର ମଧ୍ୟ କରୁଛନ୍ତି । ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ନିର୍ମଳ କହିଛନ୍ତି, ହୁଲୋ ତାଙ୍କ ପରିବାର । ହୁଲୋ ଯେତେବେଳେ ଛୋଟ ଥିଲା ସେତେବେଳେ ନିର୍ମଳଙ୍କ ମା’ ତାକୁ ଘରକୁ ଆଣିଥିଲେ ।
ଘର ଘର ବୁଲି ମଧ୍ୟ ନିର୍ମଳ ହୁଲୋଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି । ହେଲେ ଏତେ ଖୋଜାଖୋଜି ପରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି । କେବଳ ତାଙ୍କ ପୋଷା ବିଲେଇ ପାଇଁ ନିର୍ମଳଙ୍କ ଏ ପ୍ରେମ ନୁହେଁ । ପଶୁଙ୍କ ପାଇଁ ତାଙ୍କ ଭଲପାଇବା ଖୁବ୍ ବେଶୀ ।
ନିର୍ମଳଙ୍କ ପାଖ ପଡୋଶୀ ତାଙ୍କର ଏ ଗୁଣ ପାଇଁ ନିର୍ମଳଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।