fbpx
BSKY SKY
BSKY SKY

କରୋନା କୋପ; ଓଡ଼ିଶା ସୀମାରୁ ଫେରିଗଲେ ଦୁଇ ବଙ୍ଗାଳୀ ବର !

BSKY

ଭୁବନେଶ୍ୱର ୨୩ ।୪ (ଓଡିଶା ଭାସ୍କର) : କରୋନା ପାଇଁ ବନ୍ଦ ହୋଇଗଲା ବାହାଘର । ସୀମାରେ ବରକୁ ଛାଡ଼ିଲାନି ଓଡ଼ିଶା ପୋଲିସ୍ । ବାହା ହେବା ପାଇଁ କନିଆ ଘରକୁ ଯିବା ପରିବର୍ତ୍ତେ ବର ନିଜ ଘରକୁ ଫେରି ଯାଇଥିଲା । ଆଜି ଏମିତି ଏକ ଘଟଣା ପଶ୍ଚିମବଙ୍ଗ-ଓଡ଼ିଶା ସୀମା ବାଲେଶ୍ୱର ଲକ୍ଷ୍ମଣନାଥ ଗେଟରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ୭ ଜଣ ବରଯାତ୍ରୀ ଧରି ପଶ୍ଚିମବଙ୍ଗର ଦାନ୍ତୁନ ଅଞ୍ଚଳର ବର ବାହା ହେବା ପାଇଁ ବଲେଶ୍ୱର ଆସୁଥିଲେ। ହେଲେ ସେମାନଙ୍କ ପାଖରେ କୋଭିଟ୍ ନେଗେଟିଭ୍ ରିପୋର୍ଟ ବା ଟିକା ସିର୍ଟିଫିକେଟ୍ କିଛି ବି ନଥିଲା। ତେଣୁ ଲକ୍ଷ୍ମଣନାଥ ଗେଟରେ ସେମାନଙ୍କୁ ଅଟକାଇଥିଲା ଓଡ଼ିଶା ପୋଲିସ୍ । ବରଯାତ୍ରୀଙ୍କୁ ପୋଲିସ୍ ରିପୋର୍ଟ ମାଗିବାରୁ ଆମେ କିଛି ଜାଣିନାହୁଁ ବୋଲି ବର ପକ୍ଷରୁ କୁହାଯାଇଥିଲା। ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା। ତେବେ ବାଲେଶ୍ୱର ପୋଲିସ୍ ନଛାଡ଼ିବାକୁ ମନା କରି ଦେଇଥିଲେ । ଶେଷରେ କିଛି ଉପାୟ ନପାଇ ବର ଗାଡ଼ି ଫେରିଯାଇଥିଲା ।

ସେହିପରି ଆଉ ଗୋଟେ ବର ଗାଡକୁି ମଧ୍ୟ ଲକ୍ଷ୍ମଣନାଥ୍ ଟୋଲ ଗେଟ୍ ପାଖରେ ଓଡିଶା ପୋଲିସ୍ ଅଟକାଇଥିଲା । ତେବେ ଏହି ବର ଜଣଙ୍କ ପଶ୍ଚିମବଙ୍ଗ ରାଜ୍ୟର ବେଲଦା ଅଞ୍ଚଳର ଆକାଶ ସେନାପତି ବାହ ହେବା ପାଇଁ ପାରାଦୀପ ଆସୁଥିଲେ। ଲକ୍ଷ୍ମଣନାଥ୍ ଟୋଲ୍ ଗେଟରେ ବରଯାତ୍ରୀ ଗାଡ଼ିକୁ ବାଲେଶ୍ୱର ପୋଲିସ୍ ଅଟକା କାଗଜପତ୍ର ଯାଞ୍ଚ କରିଥିଲା। ତେବେ ସେମାନଙ୍କ ପାଖରେ ନା କୋଭିଟ୍ ନେଗେଟିଭ୍ ରିପୋର୍ଟ ଥିଲା ନା କୋଭିଡ୍ ଟିକା ସିର୍ଟିଫିକେଟ୍ ଥିଲା। ତେଣୁ ସେମାନଙ୍କୁ ଛାଡ଼ି ନଥିଲା ଓଡ଼ିଶା ପୋଲିସ୍ ।

 

Get real time updates directly on you device, subscribe now.