fbpx

କରୋନା ନେଲା ୪ ସାମ୍ବାଦିକଙ୍କ ଜୀବନ !

ଭୁବନେଶ୍ୱର ୨୩ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନାର ରୂପ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏନେଇ ପ୍ରଶାସନ ଓ ଜନତା ଉଭୟ ଚିନ୍ତାରେ । ଏଥି ମଧ୍ୟରେ କରୋନା ଯୋଗୁ ୩ ଦିନରେ ୪ ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି । ଆଜି ମନୋଜ କୁମାର ସାହୁ ଓ ଗୋବିନ୍ଦ ବେହେରାଙ୍କ ମୃତ୍ୟୁ ହୋଇଛି । ସେହିପରେ ଏହା ପୂର୍ବରୁ କରୁଣା କର ସାହୁ ଏବଂ ନରେଶ ବେହେରାଙ୍କର ଦେହାନ୍ତ ହୋଇଯାଇଛି । ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ମନରେ ଏକ ଭୟର ଆଶଙ୍କା ଦେଖିବା ପାଇଁ ମିଳୁଛି ।

ଅନ୍ୟପଟେ ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୩୦୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୨୫୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨୧୪୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୬୦୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ  ଚିକିତ୍ସିତ ହେଉଛନ୍ତି।

Get real time updates directly on you device, subscribe now.