ସାବଧାନ! ବେଙ୍ଗାଲୁରୁ ବିମାନ ବନ୍ଦରରେ ମିଳୁଛି ଅସ୍ୱାସ୍ଥ୍ୟକର ଖାଦ୍ୟ, ପୋଙ୍ଗଲରୁ ବାହାରିଲା ଅସରପା (Video)
ବାହାରେ ଖାଇବା ପୂର୍ବରୁ ଏକାଧିକ ଥର ଚିନ୍ତା କରନ୍ତୁ । ପୋଙ୍ଗଲରୁ ବାହାରିଲା ପୋକ, ହେଲା ହଙ୍ଗାମା ।
କର୍ଣ୍ଣାକଟ: ବେଙ୍ଗାଲୁରୁ ଏୟାରପୋର୍ଟରେ ଦେଖିବାକୁ ମିଳିଛି ବଡ଼ ଧରଣର ହଙ୍ଗାମା । ଖାଦ୍ୟରେ ପୋକ ବାହାରିବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ବେଙ୍ଗାଲୁରୁ ବିମାନ ବନ୍ଦରରେ ଥିବା ରାମେଶ୍ୱରମ କେଫେ ଖାଦ୍ୟରେ ଅସରପା ବାହାରିବା ନେଇ ଗ୍ରାହକ ଓ କେଫେ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି ।
ଲୋକନାଥ ନାମକ ବ୍ୟକ୍ତି ୩୦୦ ଟଙ୍କାରେ ପୋଙ୍ଗଲ କିଣିଥିଲେ । ପୋଙ୍ଗଲ ଖାଉଥିବାବେଳେ ଖାଦ୍ୟରେ ଅସରପା ମିଳିଥିଲା । ପୋକ ପଡ଼ିଥିବା ଖାଦ୍ୟକୁ ଲୋକନାଥ କେଫେର ମ୍ୟାନେଚରଙ୍କୁ ନେଇ ଦେଇଥିଲେ ।
ଏତେ ଟଙ୍କା ଦେଇ ଖାଦ୍ୟ କିଣିବା ପରେ ପୋକ ବାହାରିବା ଅତ୍ୟନ୍ତ ନିରାଶା ଜନକ ଯାହାକୁ ଅଣଦେଖା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି, ଗ୍ରାହକ । ନିଜର ଭୁଲ ପାଇଁ କେଫେ କର୍ତ୍ତୃପକ୍ଷ ଲୋକନାତଙ୍କୁ କ୍ଷମା ମାଗିବା ସହ ଏଭଳି ଭୁଲ ନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ସମାନ ଅଭିଯୋଗ ନିଜ କମେଣ୍ଟ ଜରିଆରେ ଜଣାଇଥିବା ଦେଖିବାକୁ ମିଳିଛି ।
Bengaluru | Rameshwaram Café Shocker
A customer found a cockroach like insect inside his Pongal at the Rameshwaram Café outlet in Bengaluru International Airport. Despite paying ₹300 for the dish, hygiene took a hit. The staff apologized, but the incident sparked outrage.… pic.twitter.com/yyqM3OlM0i
— Pinky Rajpurohit 🇮🇳 (@Madrassan_Pinky) July 24, 2025