ବେଙ୍ଗାଲୁରୁ ଇଞ୍ଜିନିୟରଙ୍କ ଦୁଃଖ: ‘ମୁଁ ପିଲା ଜନ୍ମ କରିବିନି… ମୋ ଫିଗର୍ ନଷ୍ଟ ହୋଇଯିବ’ସାଙ୍ଗରେ ରହିବା ପାଇଁ ସ୍ତ୍ରୀ ମାଗୁଛି ୫ ହଜାର ଟଙ୍କା
ଇଞ୍ଜିନିୟରଙ୍କୁ ସ୍ତ୍ରୀ ଦେଉଛି ନିର୍ଯାତନା । ଡିଭୋର୍ସ ଦେବାକୁ ମାଗୁଛନ୍ତି ୪୫ ଲକ୍ଷ ।
ବେଙ୍ଗାଲୁରୁ: ସ୍ତ୍ରୀ ନାଁରେ ଅଭିଯୋଗ ଆଣିଲେ ବାଙ୍ଗାଲୁରୁର ଇଞ୍ଜିନିୟର । ନିଜ ସ୍ୱାମୀ ସହ ରହିବା ପାଇଁ ଦିନକ ପାଇଁ ସ୍ତ୍ରୀ ଡିମାଣ୍ଡ କରୁଛନ୍ତି ୫ ହଜାର ଟଙ୍କା । ଯାହାର ଭିଡିଓ ପୀଡ଼ିତ ଶ୍ରୀକାନ୍ତ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ପ୍ରତିଦିନ ସ୍ୱାମୀଙ୍କ ସହ ରହିବା ଲାଗି ସ୍ତ୍ରୀ ୫ ହଜାର ଲେଖାଏ ଦାବି କରୁଛନ୍ତି । ଯାହା ସେମାନଙ୍କ ଦାମ୍ପତ୍ୟ ଜୀବନରେ ତିକ୍ତତା ଭରିଦେଇଥିବା ଶ୍ରୀକାନ୍ତ କହିଛନ୍ତି । ଖାଲି ଏତିକି ନୁହେଁ ମହିଳା ଜଣକ ପିଲା ଜନ୍ମ କରିବାକୁ ମଧ୍ୟ ଚାହୁଁ ନାହାନ୍ତି । ପିଲା ଜନ୍ମ କରିବା ଦ୍ୱାରା ତାଙ୍କ ଶରୀର ବିଗିଡ଼ି ଯିବ ବୋଲି ସେ କହୁଛନ୍ତି ।
ପିଲା ପାଇଁ ମହିଳାଜଣକ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ କହୁଥିବାବେଳେ ଶ୍ରୀକାନ୍ତ କିନ୍ତୁ ଏଥିରେ ରାଜି ହେଉ ନାହାନ୍ତି । ୨୦୨୨ରେ ଶ୍ରୀକାନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହେଁ କିଛି ଦିନ ଏକାଠି ରହିବା ପରେ ଛୋଟ ଛୋଟ କଥାକୁ ନେଇ ମେସାନଙ୍କ ମଧ୍ୟରେ କଳିଗୋଳ ଆରମ୍ଭ ହୋଇଥିଲା । ମହିଳାଜଣକ ଉଭୟ ଫିଜିକାଲି ଓ ମେଣ୍ଟାଲି ଟର୍ଚର କରୁଥିବା କହିଛନ୍ତି ।
ସ୍ତ୍ରୀଙ୍କ ନିର୍ଯାତନା ଏତିକିରେ ସରିନାହିଁ । ୱାର୍କ ଫ୍ରମ୍ ହୋମ୍ କଲେ ଶ୍ରୀକାନ୍ତଙ୍କୁ ତାଙ୍କ ସ୍ତ୍ରୀ ଘଷର କାମ କରିବାକୁ ଦେଉ ନାହାନ୍ତି । ସେ ଭିସି ମିଟିଂରେ ଥିବାବେଳେ ସ୍ତ୍ରୀ ଲାଉଡ୍ ମ୍ୟୁଜିକ ଲଗେଇ ନାଚୁଥିବା ମଧ୍ୟ ସେ ଭିଡିଓରେ କହିଛନ୍ତି ।
ଶ୍ରୀକାନ୍ତ ଡିଭୋର୍ସ କଥା କହିବାରୁ ତାଙ୍କ ସ୍ତ୍ରୀ ସେଟେଲମେଣ୍ଟ ପାଇଁ ୪୫ ଲକ୍ଷ ଟଙ୍କା ଦାବି କରୁଥିବାବେଳେ ଏ ଟଙ୍କା ନ ଦେଲେ ସେ ନିଜକୁ କ୍ଷତି ପହଞ୍ଚାଇବା ପାଇଁ ଧମକ ଦେଉଛନ୍ତି । ଏ ନେଇ ସେ ଏକାଧିକ ଥର ସ୍ୱାମୀ ଶ୍ରୀକାନ୍ତଙ୍କୁ ମାର୍ ଧର କରିଥିବା ଜଣାପଡ଼ିଛି ।