‘ବଞ୍ଚ କି ମର, କିଛି ଫରକ ପଡୁନି’, ମୋବାଇଲ ନିଶା ପାଇଁ ପୁଅର ଜୀବନ ନେଲା ବାପା

ନୂଆଦିଲ୍ଲୀ: ମୋବାଇଲ ନିଶା ଦେଖି ବାପା ରାଗିକି ପୁଅର ଜୀବନ ନେଇଛି। ଏହି ଘଟଣା ବେଙ୍ଗଲୁରୁରେ ଘଟିଛି। ପୁଅର ମୋବାଇଲ ଫୋନ ନିଶା ଏବଂ ପାଠପଢାରେ ତା’ର ଆଗ୍ରହ ନ ଆସିଥିବାରୁ ପିତା ଜଣକ ପୁଅର ହତ୍ୟା କରିଛନ୍ତି। ପିତାର ନାମ ରବି କୁମାର ବୋଲି ଜଣାପଡିଛି। ସେ ନିଜ ପୁଅ ତେଜସଙ୍କୁ କ୍ରିକେଟ ବ୍ୟାଟରେ ପିଟିଥିଲେ ଏବଂ ପରେ ତାର ମୁଣ୍ଡକୁ କାନ୍ଥରେ ପିଟିଦେଇଥିଲେ। ଏଥିରେ ତାଙ୍କ ଶରୀରକୁ ଖୁବ ଜୋରରେ ଆଘାତ ହୋଇଥିଲା। ଏହି ପିଲାଟି ୯ଶ୍ରେଣୀରେ ପାଠପଢୁଥିଲେ।

ପୋଲିସର କହିବାନୁଯାୟୀ, ଏହି ଘଟଣା ବେଙ୍ଗଲୁରୁର କୁମାରସ୍ୱାମୀ ଲେଆଉଟ ଅଞ୍ଚଳରେ ହୋଇଥିଲା। ପେଶାରେ ବଢେଇ ଥିବା ପିତା ନିଜ ପୁଅର ଶିକ୍ଷା ପ୍ରତି ଅରୁଚି ଏବଂ ମୋବାଇଲ ଫୋନ ବ୍ୟବହାର ଯୋଗୁଁ ଅତ୍ୟଧିକ ବ୍ୟବହାର ପାଇଁ କ୍ରୋଧିତ ଥିଲେ। କୁହାଯାଉଛି ଯେ, ଯେବେ ଆକ୍ରମଣ ହୋଇଥିଲା, ସେହି ସମୟରେ ପୁଅର ମାଆ ଘରେ ଥିଲେ।

ଏକ ରିପୋର୍ଟ ମୁତାବକ, ଅପରାଧ ଦିନ ଯେବେ ତେଜସ ନିଜ ପିତାଙ୍କୁ ମୋବାଇଲ ଠିକ୍ କରିବାକୁ କହିଥିଲେ, ସେହି ସମୟରେ ସେ ରାଗି ଯାଇ ବ୍ୟାଟ ଧରିନେଇ ତେଜସକୁ ପିଟିବା ଆରମ୍ଭ କରିଥିଲେ। କୁହାଯାଉଛି ଯେ, ପିଟିବା ପରେ ସେ ତାଙ୍କ ପୁଅର ବେକକୁ ଧରି ଉପରକୁ ଟେକିଦେଇଥିଲେ, ଏହି ସମୟରେ ସେ ନିଜ ପୁଅକୁ କହିଥିଲେ ଯେ, ତୁ ବଞ୍ଚ କି ମର, ମୋତେ କୌଣସି ଫରକ ପଡୁନି।