ଓଡ଼ିଶା ଭାସ୍କର: ଭାରତରେ ଆୟୁର୍ବେଦିକ ଚିକିତ୍ସାର ଇତିହାସ ହଜାର ହଜାର ବର୍ଷର ପୂରୁଣା। ଏଥି ମଧ୍ୟରୁ ପିଜୁଳି ପତ୍ର ଅମୃତ ଭଳି କାମ ଦେଇଥାଏ। ପିଜୁଳି ଖାଇବା ଯେତିକି ସ୍ୱାଦିଷ୍ଟ, ଏହାର ପତ୍ର ଖାଇବାରେ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ଯେ, ପିଜୁଳି ପତ୍ର ପ୍ରତିଦିନ ସେବନ କରିବା ଦ୍ୱାରା କେଉଁ ରୋଗ ଲଢିବାରେ ସହାୟକ ହୋଇଥାଏ।
ଉପକାରୀତା: ଏଥିରେ ପାଇବର, ଆଣ୍ଟିଅକଦିଡାଣ୍ଟ, ପୋଟାସିୟମ, ଭିଟାମିନ-ଏ, ଭିଟାମିନ-ବି ଏବଂ ସି ରହିତାଏ। ଏଥିରେ ଆଇରନ ଏବଂ ଲାଇକୋପିନ ଭଳି ପୋଷ୍କ ତତ୍ତ୍ୱ ରହିଥାଏ। ଯାହା ଦ୍ୱାରା ପାଚନତନ୍ତ୍ର ମଜବୁତ ହୋଇଥାଏ।
-କଞ୍ଚା ପତ୍ର ଚୋବାଇବା: ସକାଳ ଖାଲିପେଟରେ ୪-୫ ପିଜୁଳି ପତ୍ର ଚୋବାଇ ଖାଆନ୍ତୁ। ଏହା ପାଟିକୁ ସଫା କରିଥାଏ। ଏଥିସହ ପେଟର ସମସ୍ୟାକୁ ଦୂର କରିଥାଏ।
-କାଢା ବନାଇ ପିଅନ୍ତୁ: ୫-୬ଟି ପତ୍ରକୁ ପାଣିରେ ପକାଇ ଫୁଟାନ୍ତୁ। ଏହି ଉଷୁମ ପାଣିକୁ ପିଅନ୍ତୁ। ଏଥିରେ ଡାଇବେଟିସ ଏବଂ ଓଜନ ହ୍ରାସରେ ସାହାଯ୍ୟ କରିଥାଏ।
କେଉଁ ସମସ୍ୟା ଠିକ୍ ହୁଏ:
-ପାଟିରେ ହୋଇଥିବା ଖଣ୍ଡିଆକୁ ଭଲ କରେ। ଏହାକୁ ନିୟମିତ ଚୋବାଇବା ଦ୍ୱାରା ଏହାର ପ୍ରଭାବ କମିଥାଏ।
-ପିଜୁଳି ପତ୍ର ଚୋବାଇ ଖାଇଲେ ଏହାର ରସରେ ଓଜନ କମିଥାଏ ଏବଂ ଓଜନ ନିୟନ୍ତ୍ରଣ ରହିଥାଏ। ଏହା ମେଟାବୋଲିଜିମକୁ ବୃଦ୍ଧି କରେ ଏବଂ ଫ୍ୟାଟ୍ ବର୍ଣ୍ଣିଂ ପ୍ରକ୍ରିୟାକୁ ଠିକ୍ କରାଏ।
-ଏହି ପତ୍ର ବ୍ଲଡ ସୁଗାରକୁ ନିୟନ୍ତ୍ରଣ ରଖେ। ପ୍ରତିଦିନ ସକାଳେ ଡାଇବେଟିସ ରୋଗୀ ପିଜୁଳି ପତ୍ରର କାଢା ପିଅନ୍ତୁ।
-ସ୍କିନ ଗ୍ଲୋ କରିବ ଯଦି ଆପଣ ଖାଇବେ ପିଜୁଳି ପତ୍ର। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିଅକ୍ସିଡାଣ୍ଟ ମୁହଁରେ ଆଣ୍ଟିରାସେସକୁ କମ କରିବାରେ ସାହାଯ୍ୟ କରିଥାଏ।
-ଚୁଟି ଝଡିବା ଏକ ବଡ଼ ସମସ୍ୟା। ତେବେ ପିଜୁଳି ପତ୍ରକୁ ପାଣିରେ ଫୁଟାଇ ଏହି ପାଣିରେ ଚୁଟି ଧୁଅନ୍ତୁ। ଦେଖିବେ ଚୁଟି ଝଡ଼ିବା ବନ୍ଦ ହେବା ସହ ରୂପି ସମସ୍ୟା ଦୂରେଇଯିବ।