fbpx

କୋଭିଡ୍ ହସ୍ପିଟାଲରେ ପରିଣତ ହେବ ବ୍ରହ୍ମପୁର ସିଟି ହସ୍ପିଟାଲ

ଗଞ୍ଜାମ, ୨୫ ।୪ (ଓଡିଶା ଭାସ୍କର) : ଏଣିକି କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବ ବ୍ରହ୍ମପୁର ସିଟି ହସ୍ପିଟାଲ । ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବ୍ରହ୍ମପୁର ସିଟି ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲରେ ପରିଣତ କରାଯିବ ବୋଲି ପଦକ୍ଷେପ ନେଇଛି ଜିଲ୍ଲା ପ୍ରାଶାସନ । ସେହିପରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସିଟି ହସ୍ପିଟାଲର ଓପିଡି ସେବା ବନ୍ଦ ରହିବ ବୋଲି ମଧ୍ୟ ସୁଚନା ମିଳିଛି । ହସ୍ପିଟାଲର ୧୨୫ ଶଯ୍ୟାରୁ ସାଧାରଣ ଆକ୍ରାନ୍ତଙ୍କ ପାଇଁ ୧୦୦ଟି ଶଯ୍ୟା ଉବଲବ୍ଧ କରାଯିବାକୁ ଥିବା ବେଳେ ଅନ୍ୟ ୨୫ଟି କୋଭିଡ୍ ରେ ଆକ୍ରାନ୍ତ ହୋଇଥିବା ଗର୍ଭବତୀଙ୍କ ପାଇଁ ରଖାଯିବ । ଜିଲ୍ଲାରେ ପୁର୍ବ ବର୍ଷ ପରି ସ୍ଥିତି ଜଟିଳ ହେବା ଆଗରୁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି । ଏନେଇ ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Get real time updates directly on you device, subscribe now.