fbpx

କ’ଣ ପିଲା ଜନ୍ମ କରିବା ପାଇଁ ୩୦ ବର୍ଷ ବୟସ ସଠିକ୍ ସମୟ ? ଦ୍ୱନ୍ଦ୍ୱରେ ନପଡ଼ି ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

ପ୍ରାୟତଃ ଲୋକମାନେ କୁହନ୍ତି ଯେ, ପୁଅ ଏବଂ ଝିଅମାନେ ଅଳ୍ପ ବୟସରେ ବିବାହ କରିବା ଉଚିତ୍, ଯାହାଫଳରେ ସେମାନଙ୍କୁ ସନ୍ତାନ ପ୍ରସବ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କିଛି ଲୋକ ପିଲା ଜନ୍ମ କରିବା ପାଇଁ ୨୦ ବର୍ଷକୁ ଉପଯୁକ୍ତ ବୟସ ଭାବରେ ବିବେଚନା କରୁଥିବାବେଳେ ଅନେକ ଲୋକ ୩୦ ପରେ ପିତାମାତା ହେବା ଭଲ ବୋଲି ଭାବନ୍ତି । ବିବାହ ଏବଂ ସନ୍ତାନ ପ୍ରାପ୍ତି ପାଇଁ ଉପଯୁକ୍ତ ବୟସକୁ ନେଇ ଦୀର୍ଘ ଦିନ ଧରି ବିତର୍କ ଚାଲିଆସୁଛି । ସମସ୍ତଙ୍କ ଚିନ୍ତାଧାରା ଏହା ବିଷୟରେ ଅଲଗା ଅଲଗା ରହୁଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ବୟସ ଏବଂ ସନ୍ତାନ ଜନ୍ମ କରିବା ମଧ୍ୟରେ ପ୍ରକୃତରେ ଗଭୀର ସଂଯୋଗ ଅଛି କି? ୩୦-୪୦ ବର୍ଷରୁ ଅଧିକ ଲୋକ କ’ଣ ପିତାମାତା ହୋଇପାରିବେ ନାହିଁ? ଆସନ୍ତୁ ଜାଣିବା ଏହି ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ…

ମେଡିକାଲ୍ ନ୍ୟୁଜ୍ ଟୁଡେ ରିପୋର୍ଟ ଅନୁଯାୟୀ, ସନ୍ତାନ ଜନ୍ମ କରିବାର କୌଣସି ଉପଯୁକ୍ତ ବୟସ ନାହିଁ, ଯାହାକି ସମସ୍ତଙ୍କ ପାଇଁ ସମାନ ହେବ । ଏହି ବୟସ ସମସ୍ତଙ୍କ ପାଇଁ ଅଲଗା ହୋଇପାରେ । ମହିଳାମାନେ ସାଧାରଣତଃ କିଶୋରବସ୍ଥାରୁ ମେନୋପୋଜ ପର୍ଯ୍ୟନ୍ତ ସନ୍ତାନ ପ୍ରାପ୍ତ କରିବାକୁ ସକ୍ଷମ ହୋଇଥିବାବେଳେ ପୁରୁଷମାନେ ୬୦ କିମ୍ବା ୭୦ ବର୍ଷ ପର୍ଯ୍ୟନ୍ତ ପିତା ହୋଇପାରନ୍ତି । ଅବଶ୍ୟ ଏହି ସବୁ ଜିନିଷ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ନିର୍ଭର କରେ । କିଛି ମହିଳା ଏବଂ ପୁରୁଷଙ୍କର ଫର୍ଟିଲିଟୀ ଅଧିକ ସମୟ ପର୍ଯ୍ୟନ୍ତ ଭଲ ରହିଥିବା ବେଳେ ଆଉ କିଛି ଲୋକ ଅଳ୍ପ ବୟସରେ ଫର୍ଟିଲିଟୀ ହରାନ୍ତି । ଏହାର ଅନେକ କାରଣ ହୋଇପାରେ ।

ଏ ବିଷୟରେ କ’ଣ କହିଥାଏ ବିଜ୍ଞାନ?
ବିଜ୍ଞାନ ଅନୁଯାୟୀ, ଯେତେବେଳେ କୌଣସି ପୁଅ କିମ୍ବା ଝିଅ କିଶୋର ଅବସ୍ଥାରେ ପ୍ରବେଶ କରନ୍ତି, ସେତେବେଳେ ସେମାନଙ୍କର ପ୍ରଜନନ କ୍ଷମତା ଆରମ୍ଭ ହୁଏ । ସାଧାରଣତଃ ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରେ ସର୍ବାଧିକ ଫର୍ଟିଲିଟୀ ୨୦ ରୁ ୩୦ ବର୍ଷ ମଧ୍ୟରେ ହୋଇଥାଏ । ଆମେରିକୀୟ ସୋସାଇଟି ଫର ରିପ୍ରଡକ୍ଟିଭ୍ ମେଡିସିନ୍ ଅନୁଯାୟୀ, ମହିଳାମାନେ ୩୦ ବର୍ଷ ବୟସ ପରେ ଫର୍ଟିଲିଟୀରେ ସାମାନ୍ୟ ହ୍ରାସ ଅନୁଭବ କରନ୍ତି । ଏହା ୩୫ ରୁ ୪୫ ବର୍ଷ ମଧ୍ୟରେ ଯଥେଷ୍ଟ କମିଯାଏ । ଜଣେ ୩୦ ବର୍ଷ ବୟସର ସୁସ୍ଥ ମହିଳାଙ୍କ ପ୍ରତି ମାସରେ ଗର୍ଭଧାରଣ କରିବାର ପ୍ରାୟ ୨୦% ସୁଯୋଗ ରହିଛି ।

୪୦ ବର୍ଷ ବୟସ ପରେ, ଏହି ସଂଖ୍ୟା ୫% ରୁ କମ୍ ହୋଇଯାଏ । ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଯଦିଓ ମେନୋପୋଜର ବୟସ ପ୍ରାୟ ୫୦ ବର୍ଷ ଏବଂ ମହିଳାମାନେ ମେନୋପୋଜ ପୂର୍ବରୁ ଗର୍ଭବତୀ ହୋଇପାରନ୍ତି । ପୁରୁଷମାନଙ୍କ ବିଷୟରେ କହିବାକୁ ଗଲେ, ସେମାନଙ୍କର ଫର୍ଟିଲିଟୀ ପାଇଁ କୌଣସି ବୟସ ସୀମା ନାହିଁ, କିନ୍ତୁ ବୟସ ସହିତ ସେମାନଙ୍କର ସ୍ପର୍ମ କାଉଣ୍ଟ ଓ କ୍ୱାଲିଟୀରେ ହ୍ରାସ ଘଟିଥାଏ । ୬୦ ବର୍ଷ ପରେ ପୁରୁଷମାନଙ୍କର ପିତା ହେବାର ରାସ୍ତା ବହୁତ କଷ୍ଟସାଧ୍ୟ ହୋଇପାରେ ।

ଅଳ୍ପ ବୟସରେ ମଧ୍ୟ ଅନେକ ସମସ୍ୟା ହୋଇପାରେ :-
ବୟସ ଏକମାତ୍ର କାରଣ ନୁହେଁ, ଯାହା ମହିଳାଙ୍କ ଗର୍ଭଧାରଣ କରିବାର କ୍ଷମତାକୁ ପ୍ରଭାବିତ କରିଥାଏ । ଆମେରିକାରେ ପ୍ରାୟ ୧୨-୧୩% ଦମ୍ପତିଙ୍କୁ ଗର୍ଭବତୀ ହେବାରେ ଅସୁବିଧା ହୋଇଥାଏ । ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପ୍ରତ୍ୟେକ ବୟସରେ ସନ୍ତାନ ପ୍ରାପ୍ତି କରିବାର କ୍ଷମତାକୁ ପ୍ରଭାବିତ କରିଥାଏ । ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ (ପିସିଓଏସ) ଏବଂ ଏଣ୍ଡୋମେଟ୍ରିଓସିସ୍ ଭଳି ମେଡିକାଲ ଅବସ୍ଥା ଅଳ୍ପ ବୟସରେ ଫର୍ଟିଲିଟୀ ଉପରେ ପ୍ରଭାବ ପକାଇପାରେ । ସାଇକୋଲିକାଲ ଫ୍ୟାକ୍ଟର ଏବଂ ଆର୍ôଥକ ଅବସ୍ଥା ହେତୁ ଲୋକମାନେ ମଧ୍ୟ କିଛି ପରିମାଣରେ ପ୍ରଭାବିତ ହୁଅନ୍ତି ।

Get real time updates directly on you device, subscribe now.