fbpx

ଶୀତଦିନିଆ ଚର୍ମ ସମସ୍ୟା ପାଇଁ ଲୋସନ ଏବଂ ମଶ୍ଚରାଇଜରରେ ଅଧିକ ଟଙ୍କା ଖର୍ଚ୍ଚ ନ କରି, ଏଭଳି ପ୍ରାକୃତିକ ଉପଚାର କରନ୍ତୁ

Advertisement

ଓଡିଶା ଭାସ୍କର: ଶୀତଦିନରେ ଆମ ଚର୍ମ ପାଇଁ ଅତିରିକ୍ତ ଯତ୍ନ ଅତ୍ୟନ୍ତ ଜରୁରୀ। କାରଣ କମ୍ ଆର୍ଦ୍ରତା ଏବଂ ଅତ୍ୟଧିକ ନିମ୍ନ ତାପମାତ୍ରା ଆମ ଚର୍ମକୁ ସାଧାରଣ ଅପେକ୍ଷା ଅଧିକ ସମ୍ବେଦନଶୀଳ କରିପାରେ। ଏହି ଋତୁରେ ଆମେ ଗରମ ପରିବେଶ ଭିତରେ ରହିବାକୁ ଚେଷ୍ଟା କରିଥାନ୍ତି ଯାହା ଶୁଷ୍କ ଚର୍ମ, ଏକଜେମା, ଏବଂ ସୋରିୟାସିସ୍ ସମସ୍ୟାରେ ଅସୁବିଧା ସୃଷ୍ଟି କରେ। ଅନ୍ୟପଟେ ଏଗୁଡିକ ପଛରେ ପ୍ରଦୂଷଣ, ଧୂଳି ଏବଂ ପରିବେଶ ବ୍ୟାଘାତ ହେଉଛି ମୁଖ୍ୟ କାରଣ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ବା ଆପଣ ଚର୍ମ ସମସ୍ୟାକୁ ଭଲ କରିବା ପାଇଁ ବ୍ୟୟବହୁଳ ଲୋସନ ଏବଂ ମଶ୍ଚରାଇଜର ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିଥାନ୍ତି। କିନ୍ତୁ ବାସ୍ତବରେ ଏସବୁର କୌଣସି ଆବଶ୍ୟକତା ନାହିଁ । ଶୀତଦିନ ଲାଗି ଏମିତି କିଛି ପ୍ରାକୃତିକ ଉପଚାର ରହିଛି ଯାହା ଆପଣଙ୍କ ଚର୍ମର ହାଇଡ୍ରେସନ୍ ଏବଂ କୋମଳତା ବଜାୟ ରଖିଥାଏ । ଫଳରେ ଆପଣଙ୍କ ସମସ୍ୟା ଦୂରେଇ ଯାଇଥାଏ। ତେବେ ଆସନ୍ତୁ ଜାଣିବା ଏଭଳି କିଛି ପ୍ରାକୃତିକ ସାମଗ୍ରୀ ବିଷୟରେ ଯାହା ଆପଣଙ୍କ ପାଇଁ ସବୁଠାରୁ ଅଧିକ ଲାଭଦାୟକ ହେବ।

ନଢ଼ିଆ ତେଲ:-
ଏହି ତେଲ ଏକ ପ୍ରାକୃତିକ ମଶ୍ଚରାଇଜର ଭାବରେ ଜଣାଶୁଣା ଯାହା ନଡିଆ ରସରୁ ପ୍ରସ୍ତୁତ କରାଯାଇଥାଏ ଏବଂ ଚର୍ମରେ ଅତ୍ୟଧିକ ଶୋଷିତ ହୋଇଥାଏ। ଚର୍ମ ଶୁଷ୍କତା, ଏକଜେମା, ଏବଂ ସୋରିୟାସିସ୍ ଭଳି ସମସ୍ୟା ପାଇଁ ଏହା ଏକ ନିରାପଦ ଏବଂ ପ୍ରଭାବଶାଳୀ ପ୍ରାକୃତିକ ଉପଚାର। ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଚର୍ମକୁ ପ୍ରଦାହ ଏବଂ ଯନ୍ତ୍ରଣାରୁ ରକ୍ଷା କରିବାରେ ସାହାଯ୍ୟ କରେ। ନ୍ୟାସନାଲ ଏକଜେମା ଆସୋସିଏସନ ଅନୁଯାୟୀ, ନଡିଆ ତେଲରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି ଯାହା ଚର୍ମକୁ ସଂକ୍ରମଣରୁ ରକ୍ଷା କରିଥାଏ। ସର୍ବଦା ପ୍ରାକୃତିକ ନଡିଆ ତେଲ ବାଛିବାକୁ ନିଶ୍ଚିତ କରନ୍ତୁ ଯାହା ବିନା ରାସାୟନିକ ବ୍ୟବହାରରେ ପ୍ରସ୍ତୁତ ହୁଏ। ତେବେ ନଢ଼ିଆ ତେଲ ଆପଣଙ୍କ ଚର୍ମକୁ ମଶ୍ଚରାଇଜ୍ ଏବଂ ଚମକ କରିବାରେ ସାହାଯ୍ୟ କରେ। ସେହିପରି କୁଞ୍ଚନତା ଏବଂ ଅସ୍ୱାଭାବିକତାକୁ ମଧ୍ୟ ହ୍ରାସ କରିଥାଏ। ଅନ୍ୟପଟେ ଆଲୋଭେରା, ହଳଦୀ, ସୋରିଷ ତେଲ ଭଳି ପ୍ରାକୃତିକ ସାମଗ୍ରୀ ସବୁ ଶୀତଦିନ ସମସ୍ୟା ପାଇଁ ମଧ୍ୟ ସର୍ବୋତ୍ତମ ଉପଚାର। ସାଧାରଣ ଭାବେ ଏସବୁ ଆପଣ ବ୍ୟବହାର କରିପାରିବେ। ଏଥିରେ କୌଣସି ବି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ।

Get real time updates directly on you device, subscribe now.