ଫ୍ରାଏଡ୍, ଷ୍ଟିମ୍ଡ୍ କିମ୍ବା ତନ୍ଦୁରି ମୋମୋସ୍ ଯେକୌଣସି ଭାବେ ଖାଇଲେ ମଧ୍ୟ ତାହା ସ୍ୱାଦିଷ୍ଟ ଲାଗିଥାଏ। ତେବେ ବର୍ତ୍ତମାନ ସମୟରେ ସବୁଠାରୁ ଲୋକପ୍ରିୟ ଷ୍ଟ୍ରିଟ୍ ଖାଦ୍ୟ ମଧ୍ୟରୁ ମୋମୋସ୍
ସବୁଠାରୁ ଅନ୍ୟତମ। ଯାହା ସବୁ ସ୍ଥାନରେ ଉପଲବ୍ଧ ହୋଇଥାଏ। ଚିକେନ୍, ମାଛ କିମ୍ବା ପନିପରିବାରେ ଭରପୂରଏହି ମୋମୋସ ବିଭିନ୍ନ , କିସମରେ ଉପଲବ୍ଧ ହୋଇଥାଏ। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ପ୍ରଥମେ ତିବତରେ ଉତ୍ପନ୍ନ ହୋଇଥିଲା। ଏହି ମୋମୋସ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ଏପରି କିଛି କାରଣ ରହିଛି ଯେଉଁଥି ପାଇଁ ଆପଣ ମୋମୋସ୍ ଠାରୁ ଦୂରେଇ ରହିବା ଉଚିତ୍। ବିଶେଷତଃ ରାସ୍ତା କଡ଼ରେ ମିଳୁଥିବା ଖାଦ୍ୟ ଯାହା ସ୍ୱାସ୍ଥ୍ୟ ପାଇଁ ଠିକ ନୁହେଁ। ମୋମୋସ ମଇଦାରୁ ତିଆରି ହୋଇଥାଏ। ଏବଂ ମଇଦା ଖାଇବା ଦ୍ୱାରା ରକ୍ତରେ ଶର୍କରା ଏବଂ ଇନସୁଲିନ୍ ବୃଦ୍ଧି ପାଇ ମେଟାବୋଲିକ ସୃଷ୍ଟି ହୁଏ।
ମୋମୋସ୍ ତିଆରି ପାଇଁ ମଇଦା ବହୁଳ ଭାବରେ ବ୍ୟବହୃତ ହୁଏ ଏବଂ ଏହାର ଉଚ୍ଚ ଷ୍ଟାର୍ଚ୍ ସାମଗ୍ରୀରେ ଫାଇବରର ଅଭାବ ରହିଥାଏ ଏବଂ ଖାଇବା ସମୟରେ ରକ୍ତରେ ଶର୍କରା ଶୀଘ୍ର ବୃଦ୍ଧି ପାଇଥାଏ। ବିଶୋଧିତ ମଇଦାର ହାଇପରଗ୍ଲାଇସେମିକ୍ ଏବଂ ହାଇପରିନସୁଲିନେମିକ୍ ପ୍ରଭାବରେ ରକ୍ତରେ ଶର୍କରା ସ୍ଥର ବଢିବାର ସମ୍ଭାବନା ରହିଥାଏ। ଯାହା ସମୟ ସହିତ ମଧୁମେହ ଏବଂ ହୃଦରୋଗ ଭଳି କ୍ରନିକ୍ ରୋଗର ଆଶଙ୍କାକୁ ଯଥେଷ୍ଟ ବଢାଇଥାଏ।
ଯେହେତୁ ଅଧିକାଂଶ ମୋମୋ ରାସ୍ତା କଡ଼ରେ ଥିବାରୁ ମୋମୋସରେ ବ୍ୟବହୃତ ଖାଦ୍ୟକୁ ଠିକ ଭାବେ ଧୋଇ ନଥାନ୍ତି । ଏନେଇ ଇ.କୋଲି ବ୍ୟାକ୍ଟେରିଆ ଏବଂ ଜୀବାଣୁ ସୃଷ୍ଟି ହୋଇ ପରିସ୍ରା ସଂକ୍ରମଣ, ପେଟ ସଂକ୍ରମଣ, ବାନ୍ତି ଏବଂ ଅନେକ ସଂକ୍ରମଣର କାରଣ ହୋଇଥାଏ । କୋବି ଏବଂ ଗାଜର ପରି ପରିବା ଧୋଇଲେ ମଧ୍ୟ ପେଟ ଦରଜ ଭଳି ସମସ୍ୟା ଦେଖାଯାଏ ।
ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ମୋମୋସ୍ କେବଳ ମୋଟାପଣର କାରଣ ହୋଇନଥାଏ ବରଂ ସ୍ନାୟୁ ଜନିତ ରୋଗ ଏବଂ ଛାତି ଯନ୍ତ୍ରଣା ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।