ସମ୍ପତ୍ତିରେ ଭାଗ ବସାରଲା ଲୋଭି ପ୍ରେମିକା, ପ୍ରେମିକା ଉପରେ ରାଗିଯାଇ ଗାଡ଼ି ଚଢ଼ାଇଦେଲା କାମାନ୍ଧ ପ୍ରେମିକ

ଲିଭ ଇନରେ ରହୁଥିବା ପ୍ରେମିକା ଚାହୁଁଥିଲା ୫୦% ସମ୍ପତ୍ତି । ଅତି ଲୋଭୋରୁ ଘଟିଲା ହତ୍ୟା ।

ନୂଆଦିଲ୍ଲୀ: ନୋଏଡାସ୍ଥିତ ନଲେଜ ପାର୍କ ଥାନା ପୋଲିସ ଜାନୁଆରୀ ୧୬ ତାରିଖରେ ସଡ଼କ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ଖବର ପାଇଥିଲା । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଦେଖିଲା ତ ରକ୍ତାକ୍ତ ଅବସ୍ଥାରେ ଜଣେ ଯୁବତୀଙ୍କ ମର ଶରୀର ରାସ୍ତା କଡ଼ରେ ପଡ଼ି ରହିଛି ।

ଏହାପରେ ଶବର ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଗଲା । ହେଲେ ଯାଞ୍ଚ ବେଳେ ପୋଲିସ ଜାଣିବାକୁ ପାଇଲା ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟା । ଘଟଞ୍ଚଣାର ଯାଞ୍ଚ କରୁ କରୁ ପୋଲିସ ଯାଇ ପହଞ୍ଚିଲା ହତ୍ୟାକରି ଶିବ ଏବଂ ତାଙ୍କ ସ୍ତ୍ରୀ ନିକଟରେ ।

ଲୋଭି ପ୍ରେମିକା: ଉଭୟେ କାଜଲ ହତ୍ୟାକାଣ୍ଡରେ ଲିପ୍ତ ଥିବା ନେଇ ପୋଲିସ ଗିରଫ କରିଛି । କାଜଲ ଓ ଶିବ ଲିଭ୍ ଇନରେ ରହୁଥିଲେ । ଏ କଥା କିନ୍ତୁ ଶିବଙ୍କ ସ୍ତ୍ରୀ ପ୍ରତିମା ଜାଣି ନ ଥିଲେ । ହେଲେ, ହତ୍ୟାକାଣ୍ଡର ୨ ମାସ ପୂର୍ବରୁ ପ୍ରତିମା କାଜଲଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ ।

ଯାହାପରେ ଶିବ ଓ ପ୍ରତିମାଙ୍କ ମଧ୍ୟରେ କଳିଗୋଳ ହେଲା । ଏହା ସତ୍ତେ୍ୱ ଶିବ କାଜଲଙ୍କ ସହ ମିଳାମିଶା ବନ୍ଦ କରୁ ନ ଥିଲେ । ଦୁହେଁ ଲିଭ ଇନରେ ରହୁଥିବାବେଳେ କାଜଲ ଶିବଙ୍କୁ ତାଙ୍କ ସମ୍ପତ୍ତିର ଭାଗ ମାଗିବାରେ ଲାଗିଲେ ।

କାଜଲ ସମ୍ପତ୍ତି ପାଇଁ ଜିଦ୍ କରିବାରୁ ଶିବ ଏ କଥା ଯାଇ ପ୍ରତିମାଙ୍କୁ କହିଥିଲେ । ପରବର୍ତ୍ତୀ ସମୟରେ ଉଭୟେ ମିଶି କାଜଲଙ୍କୁ ହତ୍ୟା ଷଡ଼ଯନ୍ତ୍ର କଲେ । ଯେଉଁଥିରେ କାଜଲଙ୍କ ଉପରେ ସ୍କରପିଓ ଚଢ଼ାଇ ମାରି ଦେଇଥିବା ପୋଲିିସ କହିଛି ।

ପତି ପତ୍ନୀଙ୍କୁ ଗିରଫ କରିବା ପରେ ଘଟଣାର ଯାଞ୍ଚ ଜାରି ରଖିଛି ପୋଲିସ । ଅନ୍ୟପକ୍ଷେ ହତ୍ୟାରେ ବ୍ୟବହୃତ ସ୍କର୍ପିଓକୁ ମଧ୍ୟ ପୋଲିସ ଜବତ କରିନେଇଛି ।