3-3 ଟା ଛୁଆ ଥାଇ ପୁଣି ସ୍ତ୍ରୀର ଉଛୁଳିଲା ପ୍ରେମ, 50 ହଜାର ଟଙ୍କା ଦେଇ ନେଇଗଲା ସ୍ୱାମୀର ଜୀବନ
ବିବାହର 17 ବର୍ଷ ପରେ ସ୍ତ୍ରୀକୁ ପୁଣି ଥରେ ହୋଇଗଲା ପ୍ରେମ, ତା'ପରେ ସ୍ୱାମୀକୁ ମାରିବାକୁ ଦେଲା ସୁପାରୀ
ନୂଆଦିଲ୍ଲୀ: ତିନି ତିନିଟା ଛୁଆ ଥାଇ ମଧ୍ୟ ମହିଳାଙ୍କୁ ହୋଇଗଲା ପ୍ରେମ; ତା ପରେ କରିବସିଲେ ସେ ଏଭଳି କାଣ୍ଡ। ଘଟଣାଟି ଦିଲ୍ଲୀ ଆଲିପୁରର। ଯେତେବେଳେ ସୋନିଆ 15 ବର୍ଷ ବୟସରେ ଥିଲେ, ସେ ପ୍ରୀତମଙ୍କୁ ପ୍ରେମ କରି ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରିଥିଲେ। ଏବେ ସେମାନଙ୍କର 16 ବର୍ଷର ପୁଅ ଏବଂ ଦୁଇଟି ଝିଅ ଅଛନ୍ତି।
ବିବାହର 17 ବର୍ଷ ପରେ ପୁଣି ପ୍ରେମ: ତଥାପି ବିବାହର 17 ବର୍ଷ ପରେ ପୁଣି ସୋନିଆକୁ ଅନ୍ୟ ଜଣଙ୍କ ସହ ପ୍ରେମ ହୋଇଗଲା। ସୋନିଆଙ୍କ ପ୍ରେମିକ ରୋହିତ(28), ଯିଏକି ଜଣେ ଟ୍ୟାକ୍ସି ଡ୍ରାଇଭର, ତାଙ୍କ ନାଁରେ ଆଗରୁ ଅପରାଧିକ ରେକର୍ଡ ରହିଛି।
ଏହା ଜାଣିବା ସତ୍ୱେ ମଧ୍ୟ ସୋନିଆଙ୍କ ସହିତ ତାଙ୍କର ଅବୈଧ ସମ୍ପର୍କ ଜାରି ରହିଥିଲା। ଉଭୟ ବିବାହ କରିବାକୁ ଚାହୁଁଥିଲେ। ଏହି କାରଣରୁ, ଉଭୟେ ପ୍ରୀତମଙ୍କୁ ହତ୍ୟା କରିବାକୁ ମଧ୍ୟ ଷଡ଼ଯନ୍ତ୍ର ରଚିଥିଲେ।
ସ୍ୱାମୀକୁ ମାରିବାକୁ ସୁପାରୀ: ସୋନିଆ, ବିଜୟ ନାମକ ଜଣେ ବ୍ୟକ୍ତି, ଯିଏ କି ସମ୍ପର୍କରେ ତାଙ୍କ ଦିଅର ସେ ତାଙ୍କୁ 50,000 ଟଙ୍କା ଦେଇ ପ୍ରୀତମଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିଲେ।
ହତ୍ୟା ପରେ ବିଜୟ ଇନଷ୍ଟାଗ୍ରାମରେ ସୋନିଆଙ୍କୁ ପ୍ରୀତମଙ୍କ ମୃତଦେହର ଏକ ଭିଡିଓ ଏବଂ ଫଟୋ ପଠାଇ ଟଙ୍କା ମାଗିଥିଲେ। ଏହା ପରେ ସୋନିଆ ତାଙ୍କ ସ୍ୱାମୀଙ୍କ ଅଟୋ ବିକ୍ରି କରି ବାକି ଟଙ୍କା ଦେଇଥିଲେ।
ସୋନିଆ ଜୁଲାଇ 20 ରେ ଆଲିପୁର ଥାନାରେ ପ୍ରୀତମଙ୍କ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗରେ, ସେ କହିଥିଲେ ଯେ ତାଙ୍କ ସ୍ୱାମୀ ବାହାରକୁ ଯାଇଥିଲେ ଏବଂ ଆଉ ଫେରି ନାହାଁନ୍ତି।
ପ୍ରାରମ୍ଭରେ, ପୋଲିସ ଏହି ମାମଲାକୁ ଏକ ସାଧାରଣ ନିଖୋଜ ମାମଲା ଭାବୁଥିଲା। କିନ୍ତୁ ତଦନ୍ତ ସମୟରେ ପୋଲିସ ପ୍ରୀତମଙ୍କ ସହିତ ଜଡିତ ଏକ ମୋବାଇଲ୍ ନମ୍ବର ପାଇଲା ଯାହା ସୋନିପତରେ ବ୍ୟବହୃତ ହେଉଥିଲା।
ଏହି ମୋବାଇଲ ସାହାର୍ଯ୍ୟରେ ପୋଲିସ ରୋହିତ ପାଖରେ ପହଞ୍ଚିଥିଲା।
ଅଭିଯୁକ୍ତ ଗିରଫ: ପଚରାଉଚରା ସମୟରେ ରୋହିତ କହିଥିଲା ଯେ ପ୍ରୀତମଙ୍କୁ ଜୁଲାଇ 20 ରେ ହିଁ ହତ୍ୟା କରାଯାଇଥିଲା। ଏହା ପରେ, ସୋନିଆ ପ୍ରମାଣ ନଷ୍ଟ କରିବା ପାଇଁ ପ୍ରୀତମଙ୍କ ମୋବାଇଲ୍ କୁ କୌଣସି ସ୍ଥାନରେ ଫିଙ୍ଗି ଦେବାକୁ ଦେଇଥିଲେ। କିନ୍ତୁ, ମୂଲ୍ୟବାନ ମୋବାଇଲ୍ ଦେଖିବା ପରେ, ତାଙ୍କର ଲୋଭ ଆସିଗଲା।
ସେ ମୋବାଇଲ୍ ସିମ୍ ଫିଙ୍ଗି ଦେଲେ ଏବଂ ଫୋନ୍ ନିଜ ପାଖରେ ରଖିଲେ। କିଛି ଦିନ ପରେ, ସେ ତାଙ୍କ ସିମ୍ ରଖି ଫୋନ୍ ଚାଲୁ କଲେ। ରୋହିତଙ୍କ ଏହି ଭୁଲ ଯୋଗୁଁ, ଏହି ହତ୍ୟାର ସମ୍ପୂର୍ଣ୍ଣ ମାମଲା ପ୍ରକାଶ ପାଇଲା। ପୋଲିସ ଏବେ ସମସ୍ତଙ୍କୁ ଗିରଫ।